ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଗୁରୁ ପୂର୍ଣ୍ଣିମା ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ରାଉରକେଲାର ଛେଣ୍ଡ ସ୍ଥିତ ଆଶାଦୀପ ଅନୁଷ୍ଠାନ ଠାରେ ଗୁରୁ ପୂର୍ଣ୍ଣିମା ପାଳନ କରାଯାଇଥିଲା । ଦ ମିରର ଫାଉଣ୍ଡେସନ୍‌ ଅନୁଷ୍ଠାନର ଚେୟାରମ୍ୟାନ୍‌ ବିଶ୍ୱଜିତ ରାଉତଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରାଗଲା । ଏହା ସହିତ ଆଶାଦୀପ ଅନୁଷ୍ଠାନର ଅନ୍ତେବାସୀଙ୍କ ପାଇଁ ସୁଖିଲା ପେୟର ବନ୍ଦୋବସ୍ତ କରାଯାଇଥିଲା । ଅନୁଷ୍ଠାନର କିଛି ସଦସ୍ୟ ଏବଂ ଅନ୍ୟମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରାଇଥିଲେ । ରାହୁଲ ମହାନ୍ତି, ଗୌରି କୁମ୍ଭାର, ଗିରିଧାରୀ ସତପଥୀ, କାର୍ତ୍ତିକ ରାଉତ, ଲିତାଞ୍ଜଳି ପତି, ସୁମତି ନାୟକ, ସନ୍ଧ୍ୟାଦେବୀ, ମମତା ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.