oom

ଜୟପାଟଣାରେ ବିଜେପିର ବନ୍ଦ ପାଳନ ସଫଳ

jsmm

ଜୟପାଟଣା, (ଶେଷ ଦେବ ବେହେରା) : ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦେଇଥିବା ବେଳେ ସମଗ୍ର ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସାଂପ୍ରତିକ ସ୍ଥିତିରେ ମଣ୍ଡିମାନଙ୍କରେ ଘଟୁ ଥିବା ବ୍ୟାପକ ଶୋଷଣ, ଟୋକନ୍‌ରେ ଅବ୍ୟବସ୍ଥା, ଧାନ କ୍ରୟକାରୀ ସଂସ୍ଥାମାନଙ୍କର ବେପରୁଆ ଭାବ, କପାର ଅଭାବୀ ବିକ୍ରି, ବିପର୍ଯ୍ୟୟ ସ୍ଵାସ୍ଥ୍ୟ ସେବା, ପାନୀୟ ଜଳର ଅବ୍ୟବ୍ୟସ୍ଥା, ବିଦ୍ୟୁତ୍ ବିଲରେ ଅହେତୁକ ବୃଦ୍ଧି, ବେଆଇନ ମଦଭାଟି ଆଦି ସମସ୍ୟାକୁ ନେଇ ବାର ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ଅବସରରେ ଜୟପାଟଣା ବ୍ଲକର ମୁଖ୍ୟାଳୟ ଜୟପାଟଣା ସମେତ ବାନେର, ମୁଖିଗୁଡା, ରଣମାଳ, କପୂରମାଳ ଆଦି ସ୍ଥାନମାନଙ୍କରେ ଶତାଧିକ ବିଜେପି କର୍ମୀ ରାସ୍ତା ଅବରୋଧ କରି ଯାନବାହାନ ଚଳାଚଳ ବନ୍ଦ ରଖିଥିଲେ । ଏତଦବ୍ୟତୀତ ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ, ବ୍ୟାଙ୍କ୍ ଆଦି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଆନ୍ଦୋଳନରେ ଉଆସୁ ବିଶ୍ଵାଳ, ନେତୃତ୍ୱ ନେଇଥିବା ବେଳେ ବିଭୂତି ପାଣିଗ୍ରାହୀ, ସୀତାରାମ ନାଏକ, ଅରବିନ୍ଦ ପଣ୍ଡା, ଅବିନାଶ ନନ୍ଦ, ଧୋବାଲେଶ୍ୱର୍ ନାଏକ, ବିବେକାନନ୍ଦ ଚିନ୍ଦା, ଅଶୋକ ଦାସ, ମାଧବ ବାଗ, ଲକ୍ଷ୍ମଣ ରଣା, ବିମୁଗ୍ଧ ପଣ୍ଡା, ମନୋଜ ପାତ୍ର, ଦାମୋଦର ଦାସ, ସକଲେଶ୍ୱର୍ ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ । ଶୃଙ୍ଖଳା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଥିଲା ।

jittmm
Leave A Reply

Your email address will not be published.