oom

ୱାଇଏମଏଫଆଇ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ ମୁଭମେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଚଳିତ ବର୍ଷ ବିଭିନ୍ନ ବୋର୍ଡ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଏନଆଇଟି ସ୍ଥିତ ତୀର ଅଡ଼ିଟୋରିୟମଠାରେ ସମ୍ବର୍ଦ୍ଧିତ କରାଯାଇଛି ।ଏଥିରେ ଏନଆଇଟିର ରେଜିଷ୍ଟାର ପ୍ରଫେସର ରୋହନ ଧୀମାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ନେଟ୍ରାର ସାଧାରଣ ସମ୍ପାଦକ ପ୍ରଫେସର ହୃଷିକେଶ ନାୟକ, ଉତ୍କଳ ମେଲର ମୁଖ୍ୟ ସମ୍ପାଦକ ଡ଼ ପୀତବାସ ମିଶ୍ର, ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ୱାଇ.ଏମ.ଏଫ.ଆଇ ର ଚେୟାରମ୍ୟାନ ଇଂ ଗୋପୀନାଥ ପଟ୍ଟନାୟକ, ଉପଦେଷ୍ଟା ଇଂ ନଳିନୀ କାନ୍ତ ଧର ବକ୍ତବ୍ୟ ପ୍ରଦାନ କରିଥିଲେ । ୱାଇ.ଏମ.ଏଫ.ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସେ ସ୍ୱାଗତ ଭାଷଣ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ସିବିଏସସି, ଆଇ.ସି.ଏସ.ସି ଓ ଓଡିଶା ବୋର୍ଡରୁ ଉତୀର୍ଣ୍ଣ ହୋଇଥିବା ଦଶମ, ଦ୍ୱାଦଶ ଶ୍ରେଣୀ ଓ ସମ୍ବଲପୁରୀ ବିଶ୍ୱବିଦ୍ୟାଳୟ ତଥା ଅଟୋନମସ କଲେଜର ଶତାଧିକ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବିଏମଟିର ପରିଚାଳନା ଟ୍ରଷ୍ଟି ଶିକ୍ଷାବିତ୍ ଇଂ ଗୌତମ ମିଶ୍ର, ଏନଆଇଟି ଫୁଡ ପ୍ରୋସେସିଂ ଇଂଜିନିୟରିଙ୍ଗ ବିଭାଗ ପ୍ରଫେସର ତଥା ଆସୋସିଏଟ ଡିନ ଡ଼. ରାମ ଚନ୍ଦ୍ର ପ୍ରଧାନ, ମ୍ୟାନେଜର ରାଜେଶ ବେଉରିଆଙ୍କୁ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷୟତ୍ରୀ ଶୁଭ୍ରା ମିଶ୍ର ଓ ସରିତା ନାୟକ ସଂଯୋଜନା କରିଥିଲେ । ଦୀପକ ଦାସ, ବସନ୍ତ ପାଠୀ, ପ୍ରଫେସର ଜୟନ୍ତୁଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମୋନାଲିସା ଗୌଡ଼, ମୀରା ଦାସ, ସାଲୁ ପ୍ରସାଦ, ପୁର୍ଣ ଚନ୍ଦ୍ର ବେହେରାଙ୍କ ସମେତ ଅନୁଷ୍ଠାନର ସ୍ୱେର୍ଚ୍ଛାସେବୀ ମାନେ ସହଯୋଗ କରିଥିଲେ । ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ ଶିକ୍ଷାର୍ଥୀ ମାନେ ନିଷ୍ଠାବାନ, ସମୟାନୁବର୍ତ୍ତିତ ଓ ସୁପରିଚାଳକ ହେବାକୁ ଆହ୍ୱାନ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ରହିଥିବା ଆହ୍ୱାନର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ ।

jittmm
Leave A Reply

Your email address will not be published.