ପୋଖରୀରେ ବୁଡି ଯୁବକ ମୃତ

ବୌଦ୍ଧ,( କେପିଏନ୍‌ଏସ୍‌) : ପୋଖରୀରେ ବୁଡି ଯୁବକ ମୃତ । ଯୁବକ ଜଣକ ହେଲେ କୋଡାପଡା ଗ୍ରାମର ମନୁ ବେହେରା । ସୂଚନା ଅନୁଯାୟୀ ବୌଦ୍ଧ ଥାନା କୋଡାପଡା ଗ୍ରାମର ମନୁ ବେହେରା (୩୨) ଆଜି ଅପରାହ୍ନ ୨ଘଣ୍ଟା ସମୟରେ ଘରୁ ଗ୍ରାମ୍ୟ ପୋଖରୀକୁ ଶୌଚ ହେବା ପାଇଁ ଆସିଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନ ଥିବାରୁ ଚାରିଆଡେ ପରିବାର ଲୋକେ ଖୋଜାଖୋଜି କରି ନ ପାଇବାରୁ ପୋଖରୀକୁ ଯାଇଥିଲା । ପୋଖରୀ ହୁଡ଼ାରେ ଚପଲ, ଗାମୁଛା ଥିବାରୁ ସନ୍ଦେହରେ କିଛି ଗ୍ରାମବାସୀ ପୋଖରୀ ପାଣିରେ ଖୋଜିଥିଲେ ଓ ପାଣି ଭିତରୁ ମନୁ ଶରୀରକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । କିନ୍ତୁ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଂଚି ତଦନ୍ତ ଜାରି ରଖିଛି । ଏହା ହତ୍ୟା ନାଁ ଆତ୍ମହତ୍ୟା ଶବବ୍ୟବଚ୍ଛେଦ ପରେ ମୃତ୍ୟୁର ସତ୍ୟ ଘଟଣା ଜଣା ପଡିବ ବୋଲି ପୋଲିସ ପକ୍ଷରୁ ଜଣାପଡିଛି ।

Leave A Reply

Your email address will not be published.