ସୁବର୍ଣ୍ଣରେଖା ମୁହାଣ, ମୁରଲୀଚଢା ଓ କୀର୍ତ୍ତନିଆରେ‌ ଶେଷ ହେଲା ପକ୍ଷୀ ଗଣନା : ୨୩ ପ୍ରଜାତିର ମୋଟ ୮୨୨୬ ପକ୍ଷୀ

ଭୋଗରାଇ : ବାଲେଶ୍ଵର ଜିଲ୍ଲାର ଉପାନ୍ତ ଭୋଗରାଇ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ମୁହାଣ ସମେତ ଏହା ସଂଲଗ୍ନ ମୁରଲୀଚଢ଼ା ଓ କୀର୍ତ୍ତନିଆରେ ଚଳିତ ବର୍ଷ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି । ବିଭିନ୍ନ ୨୩ ପ୍ରଜାତିର ୮୨୨୬ ଗୋଟି ପକ୍ଷୀ ଦେଖିବାକୁ ମିଳିଛି ବୋଲି ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବନ୍ୟପ୍ରାଣୀ ବନାଞ୍ଚଳ ଏସିଏଫ ଦିଗନ୍ତ ଶୋଭମ ଚାନ୍ଦଙ୍କ ନେତୃତ୍ୱରେ ଅନରାରୀ ଓ୍ବାଇଲଡ ଲାଇଫ ଓ୍ବାର୍ଡେନ ଅଶ୍ବିନୀ କୁମାର ଦାସ, ଜଳେଶ୍ଵର ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ (ରେଞ୍ଜର) ଜୟଶ୍ରୀ ମୁର୍ମୁ, ଉଦୟପୁର ବନପାଳ ପରମାନନ୍ଦ ନାୟକ, ଖଡିବିଲ ବନରକ୍ଷୀ ସଞ୍ଜୟ କୁମାର ମହାନ୍ତି, ଜଳେଶ୍ଵର ବନରକ୍ଷୀ ରଞ୍ଜିତା ବିଶ୍ବାଳ, ଡାଟା ଏଣ୍ଟ୍ରି ଅପରେଟର କୌଶିକ ରାଉତଙ୍କ ସମେତ ଏଡିଏସ ଗୋପାଳ ଦଳାଇ, ଶ୍ରୀନିବାସ ବେହେରା, ରାଜୀବ ଖିଲାର, ସୁଧୀର ଜେନା ଓ ହରିଶଙ୍କର ସାହୁ ପ୍ରମୁଖ ଏହି ପକ୍ଷୀ ଗଣନାକାରୀ ଟିମରେ ସାମିଲ ଥିଲେ ।

କେଣ୍ଟିସ ପ୍ଲୋଭର, ଗ୍ରେଟାର ସେଣ୍ଡ ପ୍ଲୋଭର, ହ୍ବିମ୍ବୁଲ, ୟୁରାସିଆନ କରର୍ଲି, ରେଡ ସେଙ୍କ, ମାର୍ସ ସେଣ୍ଡ ପାଇପର, ଉଡସେଣ୍ଡ ପାଇପର, କମନ ସେଣ୍ଡ ପାଇପର, ଲିଟିଲ ଷ୍ଟିଣ୍ଟ, ଟେମିଙ୍କ ଷ୍ଟିଣ୍ଟ, କର୍ଲି ସେଣ୍ଡ ପାଇପର, ଇଣ୍ଡିଆନ ସଗ୍, ଲିଟିଲ୍ କର୍ମୋରାଣ୍ଟ, ଇଣ୍ଡିଆନ ପଣ୍ଡ ହିରୋନ, କେଟେଲ ଇଗ୍ରେଟ, ଲିଟଲ ଇଗ୍ରେଟ, ଇଣ୍ଡର ମେଡିଏଟ ଇଗ୍ରେଟ, ଗ୍ରେଟ ଇଗ୍ରେଟ, ଗ୍ରେ ହିରୋନ, ବ୍ଲାକ ହେଡେଡ ଆଇବିସ, କମନ ସେଲ ଡାକ୍, ବ୍ଲାକ କେପଡ କିଙ୍ଗ ଫିସର, ପଲାସ ଗଲ ଆଦି ୨୩ ପ୍ରଜାତିର ସମୁଦାୟ ୮୨୨୬ ପକ୍ଷୀ ଚିହ୍ନଟ କରାଯାଇଛି ବୋଲି ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.