ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି କୁଳଡିହା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଅଭୟାରଣ୍ୟ ଓ ପଦ୍ମତୋଳାରେ ବନ ବିଭାଗ ପକ୍ଷୀ ଗଣତି ଆରମ୍ଭ କରିଛି । ନୀଳଗିରି ବନ ବିଭାଗର ରେଞ୍ଜର ଆଇସାଏ ନିଶାଙ୍କ ନେତୃତ୍ୱରେ ଏକ ଟିମ୍ ବିଦେଶୀ ପକ୍ଷୀ ଗଣୁଛନ୍ତି । ବୁଧବାର କାଂଶ ଅଞ୍ଚଳରେ ଥିବା ପଦ୍ମତୋଳା ହ୍ରଦରେ ପକ୍ଷୀ ଗଣନା ଚାଲିଛି । ସେହିପରି କୁଳଡିହା ଅଭୟାରଣ୍ୟରେ ମଧ୍ୟ ପକ୍ଷୀ ଗଣନା ହୋଇଛି । ଏସିଏଫ୍ ଦିଗନ୍ତ ଚାନ୍ଦଙ୍କ ନେତୃତ୍ୱରେ ସାତଘାଟି, ଋଷିଆ ଓ ଖୁମଖୁଟ ଅନ୍ୟ ଟିମ୍ ଅଞ୍ଚଳରେ ପକ୍ଷୀ ଗଣନା ଜାରି ରଖିଛନ୍ତି । ଏଥିରେ ଏସିଏଫ୍ ରାମଚନ୍ଦ୍ର ମୁର୍ମୁ, ପ୍ରବୀର କୁମାର ମୁର୍ମୁ, ପୂର୍ବତନ ୱାଇଲ୍ଡ ଲାଇଫ୍ ୱାଡେନ ପ୍ରକାଶ ମର୍ଦ୍ଧରାଜ, ପକ୍ଷୀ ବିଶେଷଜ୍ଞ ମନୋରଞ୍ଜନ ଦାସ, ସେଞ୍ଚୁରିଆନ୍ ୟୁନିଭର୍ସିଟିର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି ।
Next Post