jayashree

ଭିତରକନିକାରେ ୧୭୯ ବିରଳ ପ୍ରଜାତିର ମ୍ୟାନ୍‌ଗ୍ରୁଭ୍‌ ପିଟା ପକ୍ଷୀ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ପ୍ରଥମଥର ପାଇଁ ବିରଳ ପ୍ରଜାତିର ମ୍ୟାନଗ୍ରୁଭ୍‌ ପିଟା ପକ୍ଷୀଙ୍କ ଗଣନା କରାଯାଇଛି । ଗତ ୧୪ ତାରିଖ ଦିନ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଏହି ବିରଳ ପକ୍ଷୀଙ୍କୁ ଖୋଜି ଗଣନା କରାଯାଇଛି । ଗଣନା ସମୟରେ ଭିତରକନିକାରେ ମ୍ୟାନଗ୍ରୁଭ୍‌ ପିଟା ପକ୍ଷୀ ୧୭୯ଟି ଥିବା ଜଣାପଡିଛି । ମଇପୁରା ମୁହାଣ ଓ ଭିତରକନିକା ଫରେଷ୍ଟ ବ୍ଲକ୍‌ର ଲୁଣା ଜଙ୍ଗଲରେ ଏହି ପକ୍ଷୀଙ୍କୁ ଠାବ କରାଯାଇଛି ।

ସୂଚନା ଥାଉକି, ରାଜନଗର ବନ ବିଭାଗ ପକ୍ଷରୁ ରାଜନଗର ରେଞ୍ଜରେ ୧୧ଟି ଟିମ୍‌, କନିକା ରେଞ୍ଜରେ ୧୦, ମହାକାଳପଡ଼ା ରେଞ୍ଜରେ ୬, କୁଜଙ୍ଗ ରେଞ୍ଜରେ ୪ ଓ ଗହୀରମଥା ରେଞ୍ଜରେ ଗୋଟିଏ ଟିମ୍‌ ଏହି ବିରଳ ପ୍ରଜାତିର ପକ୍ଷୀଙ୍କ ଗଣନା କରିଛନ୍ତି । ୫ଟି ରେଞ୍ଜରେ ୩୨ଟି ଟିମ୍‌ରେ ୧୦୦ ଜଣ ବନ କର୍ମଚାରୀ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ । ପିସିସିଏଫ୍‌ ମନୋଜ ନୟାରଙ୍କ ନିର୍ଦ୍ଦେଶ କ୍ରମେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କ ତତ୍ୱାବଧାନରେ ଏହି ଗଣନା କାର୍ଯ୍ୟ କରାଯାଇଛି ।

ଏହି ମ୍ୟାନଗ୍ରୁଭ୍‌ ପିଟା ବା ନବରଙ୍ଗୀ ଚଢ଼େଇ ବିଲୁପ୍ତ ହେଉଥିବା ପକ୍ଷୀମାନଙ୍କ ମଧ୍ୟରେ ଅନ୍ୟତମ । ଏହା ସାଧାରଣତଃ ଘଞ୍ଚ ହେନ୍ତାଳ ଜଙ୍ଗଲ ମଧ୍ୟରେ ବାସ କରିଥାନ୍ତି । ଭିତରକନିକା ଜାତୀୟ ଉଦ୍ୟାନରେ ଲୁଣା ଜଙ୍ଗଲ ସୁରକ୍ଷିତ ଥିବାରୁ ଓ ଏହି ପକ୍ଷୀଙ୍କ ପାଇଁ ସୁରକ୍ଷିତ ବାସସ୍ଥାନ ହୋଇଥିବାରୁ ଏହି ଲୁପ୍ତ ହେବାକୁ ଥିବା ବିଲୁପ୍ତ ପ୍ରାୟ ଏହି ପକ୍ଷୀ ଭିତରକନିକାରେ କେତେ ସଂଖ୍ୟାରେ ଅଛନ୍ତି, ତାହା ଜାଣିବା ପାଇଁ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଗଣନା କରାଯାଇଛି ।

Leave A Reply

Your email address will not be published.