ପାଇକମାଲରେ ନୂତନ ବିଡିଓଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକରେ ନୂତନ ବିଡିଓ ଭାବେ ଉପାଞଳି ମାଝୀ ସୋମବାର ଯୋଗଦାନ କରିଛନ୍ତି । ଯୋଗଦାନ ପୂର୍ବରୁ ସେ ଟିଟିଲାଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କୋଭିଡ ଦାୟିତ୍ୱରେ ଥିଲେ । ଗତକାଲି ପୂବାହ୍ନରେ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗଦାନ କଲାପରେ ଅପରାହ୍ନ ୪ଟାରେ ପାଇକମାଲ ବ୍ଲକ୍‌କୁ ଆସି ନିଜ ଦାୟିତ୍ୱ ପୂର୍ବ ବିଡିଓ ସୁରେନ୍ଦ୍ର ମେହେରଙ୍କ ଠାରୁ ନେଇଛନ୍ତି । ପାଇକମାଲରେ ଥିବା ବିଡିଓ ଶ୍ରୀ ମେହେରଙ୍କୁ ଭୁବନେଶ୍ୱର ରାଜସ୍ୱ ବିଭାଗକୁ ବଦଳି ହୋଇଛି । ନୂତନ ବିଡିଓ ଯୋଗଦାନ ପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଚେଷ୍ଟା ପ୍ରଥମ କାମ ବୋଲି କହିଥିଲେ ।

Leave A Reply

Your email address will not be published.

error: Content is protected !!