ସ୍ୱର୍ଣ୍ଣପଦକଧାରୀ ମୋନିକାଙ୍କ ପାଇଁ ପାଇକମାଲ ଅଞ୍ଚଳ ଗର୍ବିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲର ମୋନିକା ଅଗ୍ରୱାଲ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରୁ ଶତକଡା ୭୭.୫୮ ମାର୍କ ରଖି ସ୍ନାତ୍ତୋକତ୍ତର ରାଜନୀତି ବିଜ୍ଞାନ ବିଭାଗ ସ୍ୱର୍ଣ୍ଣପଦକ ହାସଲ କରିଥିବାରୁ ଆଜି ତାଙ୍କ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମଧ୍ୟ ତାଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି । ମୋନିକା ବିଶ୍ୱବିଦ୍ୟାଳୟରୁ ଚଳିତ ମାସ ୨୮ ତାରିଖ ସ୍ୱର୍ଣ୍ଣପଦକ କୁଳପତି ପ୍ରଫେସର ଡଃ ଶ୍ରୀକାନ୍ତ ମହାପାତ୍ରଙ୍କ ଠାରୁ ଗ୍ରହଣ କରିଛନ୍ତି । ମୋନିକା ମେଟ୍ରିକ ଯୁକ୍ତ ୨ ଓ ୩ ମଧ୍ୟ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ମେଧାବୀ ଛାତ୍ର ଭାବେ ଅଞ୍ଚଳରେ ପରିଚିତ । ସେ ଜିଏମ୍ ବିଶ୍ୱବିଦ୍ୟାଳୟରୁ ମଧ୍ୟ ରସାୟନ ବିଜ୍ଞାନରେ ସ୍ନାତ୍ତୋକତ୍ତର ଉପାଧି ଲାଭ ଏବର୍ଷ କରିଛନ୍ତି । ମୋନିକା କହିବା ଅନୁସାରେ ସେ ଆଗମୀ ଦିନରେ ଜଣେ ସମାଜିକ କର୍ମୀ ହେବାକୁ ମନସ୍ତ କରିଛନ୍ତି ।

Leave A Reply

Your email address will not be published.