ପାଇକମାଲ ବ୍ଳକ ସଭା ଗୃହରେ ମାସିକ ବୈଠକ : ଉନ୍ନତି ମୂଳକ କାର୍ଯ୍ୟ ଉପସ୍ଥାପନ କଲେ ସମିତି ସଭ୍ୟ ବିନୋଦ ବିହାରୀ ବିଶ୍ୱାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ସଭା ଗୃହରେ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଚେୟାରମେନ ଅଲତାଫ ମହମ୍ମଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଡିଓ ସୁରେନ୍ଦ୍ର ମେହେର,ଏ ବିଡିଓ ଭୀଷ୍ମ ଦେବ ସାହୁ, ଶିକ୍ଷା ବିଭାଗ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଜନକ ଲାଲ ମେହେର, ବ୍ଳକର ସମସ୍ତ ପଞ୍ଚାୟତ ସମିତି ସଭ୍ୟ, ସଭ୍ୟା ଏବଂ ସରପଞ୍ଚ ଉପସ୍ଥିତ ଥିଲେ । ବ୍ଳକରେ ଚାଳିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ମନେରେଗା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗାଈଗୁହାଲ ମୋ ପୋଖରୀ, ବିଧବା ଭତ୍ତା, ମଧୁବାବୁ ପେନସନ ଯୋଜନା ଆଦି ବିଷୟରେ ସମୀକ୍ଷା କରିବା ସହ କେନ୍ଦ୍ରୀୟ ଅନୁଦାନ ସିଏଫସି, ଏସ୍ଏଫ୍‌ସି, ପାଣ୍ଠିରୁ ହେବାକୁ ଥିବା ଉନ୍ନୟନ କାମ କେଉଁଠି ହେବ ତାହାକୁ ନେଇ ବିଷଦ ଭାବରେ ଆଲୋଚନା କରାଯାଇଥିଲା । ଭେଙ୍ଗରାଜପୁର ସମିତି ସଭ୍ୟ ତଥା ପାଇକମାଲ ବ୍ଳକ କଂଗ୍ରେସ କମିଟି ସଭାପତି ବିନୋଦ ବିହାରୀ ବିଶ୍ୱାଳ ବିଭିନ୍ନ ଉନ୍ନତି ମୂଳକ କାମ ଦୃଢକ୍ତି ନେଇ ସମସ୍ୟାର ସମାଧାନ ଓ ନିର୍ମାଣ କାର୍ଯ୍ୟ ପାଇଁ ଦାବୀ ଉପସ୍ଥାପନ କରିଥିଲେ । ଶ୍ରୀ ବିଶ୍ଵାଳ ଝେଙ୍ଗେନାଡିହି ହାଇସ୍କୁଲ ପାଚେରି ନିର୍ମାଣ, ଭେଙ୍ଗରାଜପୁର ଠାରେ ଏଏନଏମ ସେଣ୍ଟର ନିର୍ମାଣ, ସଦାନନ୍ଦ ପୁର ଠାରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ, ପଲସଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲ ଗୃହ ନିର୍ମାଣ ଆଦି କାର୍ଯ୍ୟ ଯଥା ଶୀଘ୍ର ସରକାରୀ ଅନୁଦାନ ଅନୁମୋଦନ ସହ କାର୍ଯ୍ୟକାରୀ କରିବାକୁ ବିଡିଓ, ଚେୟାରମେନ ଓ ଶିକ୍ଷା ବିଭାଗ ଏବିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ଭେଙ୍ଗରାଜପୁର ପଞ୍ଚାୟତର ସମିତି ସଭ୍ୟ ତଥା ପାଇକମାଳ ବ୍ଳକ କଂଗ୍ରେସ କମିଟିର ସଭାପତି ଶ୍ରୀ ବିନୋଦ ବିହାରୀ ବିଶ୍ୱାଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.