oom

ଯୁବ କ୍ଷତ୍ରୀୟ ପାଇକ ସଂଗଠନ ତରଫରୁ ବିଜୟା ଦଶମୀ ଶୋଭାଯାତ୍ରା

jsmm

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସ୍ଥିତ ଶିବ ମନ୍ଦିରରୁ ଏକ ବିଶାଳ ଶୋଭଯାତ୍ରା ବାହାରି କନକଦୁର୍ଗା ମନ୍ଦିର, ରାଜବାଟି, ମାଁ ଅନ୍ନପୂର୍ଣ୍ଣା ମନ୍ଦିର, ମାଁ କାଳୀ ମନ୍ଦିର, ମାଁ ଡୋକରି ମନ୍ଦିର, ନିତେଇଗୌର ମନ୍ଦିର ଦେଇ ପାରମ୍ପରିକ ବାଜା ସହିତ ସୁନ୍ଦର ଭାବରେ ସମାପନ ହୋଇଛି । ଆବହମାନ କାଳରୁ କ୍ଷତ୍ରୀୟ ପାଇକମାନେ ବିଜୟା ଦଶମୀରେ ଅସ୍ତ୍ରପୂଜା କରିବା ସହିତ ଦେବାଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ପାଇକ ଆଖଡ଼ା ପ୍ରଦର୍ଶନ କରିଥାନ୍ତି । ପାଇକ ବନ୍ଧୁମାନେ ଜୟପାଟଣା ଜମିଦାରଙ୍କୁ ପାଛୋଟି ନେଇ ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ସଂଗଠନ ତରଫରୁ ବିକାଶ ଦଳପତି, ସନ୍ତୋଷ ପୁଝାରୀ, ପ୍ରଦୀପ ପ୍ରଧନୀ, ସୁନୀଲ ବିଶି, ପପୁନ ନାୟକ, ମିଲନ କୁମାର ପାତ୍ର, ଡମ୍ବରୁ ଧର ମହାଲିକ, ସନ୍ତୋଷ ପୂଜାରୀ, ଉଦିତ ରାଉତ, ରଞ୍ଜିତ ପୁଝାରୀ, ବିନୀତ ନାୟକ, ପ୍ରମୋଦ କୁମାର ନାୟକ, ଜଗଦୀଶ ନାୟକ, ଲିପୁନ ନାୟକ, ଭବାନୀ ବାହୁକ, ସନ୍ତୋଷ ପୁଝାରୀ, ଉପେନ୍ଦ୍ର ଦଣ୍ଡସେନା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଏହି ଶୋଭାଯାତ୍ରାରେ ଜୟପାଟଣା, ତାଳଗୁଡ, ପତିଗୁଡ଼ା, ବନମାଳୀପୁର, ମୁଖିଗୁଡ଼ା, କଲମପୁର ବ୍ଲକର ଦେପୁର ଓ ପାତ୍ରବସା ଅଞ୍ଚଳର ପାଇକ ଯୁବ ସମାଜ ସେବୀ ତଥା ଶତାଧିକ ମହିଳାମାନେ ଅଂଶଗ୍ରହଣ କରିଥିଲେ । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରୀ ମୁଖ୍ୟ ଅତିଥିଭାବରେ ଯୋଗଦେଇ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.