ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶଙ୍କ ସଇଁତଲା ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ପୂର୍ବତନ ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଗତ ରବିବାର ସନ୍ଧ୍ୟାରେ ସଇଁତଲା ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ତଥା ରଜତ ଜୟନ୍ତୀ ସମାରୋହ ପରିଦର୍ଶନରେ ଆସି ମା’ଙ୍କ ଦର୍ଶନ କରିଥିଲେ । ଏହାପରେ ରାବଣ ଦରବାର ଚାଲିଥିବା ବେଳେ ମହାରାଜଙ୍କ ଉପସ୍ଥିତରେ ରଜତ ଜୟନ୍ତୀ କମିଟି ସଭାପତି ସୁରେନ୍ଦ୍ର ସିଂ ଭୋଇଙ୍କ ସଭାପତିତ୍ୱରେ କମିଟି ତରଫରୁ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ଓ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀଙ୍କୁ ଫୁଲତୋଡ଼ା ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ସମୟରେ କମିଟି ସମ୍ପାଦକ ସୁବୋଧ ମିଶ୍ର, ବେଲଗାଁ କଲେଜ ଅଧ୍ୟାପକ କିଶୋର ଚନ୍ଦ ସାହୁ, ପୂର୍ବତନ ସାଂସଦଙ୍କ ପ୍ରତିନିଧି ରାଜ କିଶୋର ସିଂ ବୁଡ଼େକ ଓ କମିଟିର ସଦସ୍ୟ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.