om academy

ପହିଲି ଭୋଗ ଆରମ୍ଭ

jsm

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଗତକାଲିଠାରୁ ଦୀର୍ଘ ଏକ ମାସ ଧରି ପହିଲି ଭୋଗ ଲାଗି କରାଯିବ । ଗତକାଲି ପ୍ରାତଃରୁ ମଙ୍ଗଳ ଆଳତି କରାଯାଇଥିଲା । ମହାସ୍ନାନ, ନୂତନ ବସ୍ତ୍ର ପରିଧାନ, ତୁଳସୀ ହାର, ଫୁଲ ହାରରେ ସୁସଜ୍ଜିତ କରାଯାଇଥିଲା । ଭୋର ପାଞ୍ଚ ଘଟିକା ସମୟରେ ପହିଲି ଭୋଗ ଲାଗି କରାଯାଇଥିଲା । ସାଢେ଼ ଦଶଟା ସମୟରେ ଖେଚୁଡି ଭୋଗ, ମଧ୍ୟାହ୍ନରେ ଅର୍ଣ୍ଣ ଶଙ୍କୁଡ଼ି, ସଂଧ୍ୟା ବେଳେ ଆଳତି, ରାତ୍ର ଧୂପ, ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ସମ୍ଭୁ ନାଥ ମହାପାତ୍ର ଓ ଜୀମାଦର୍ ବସନ୍ତ ରଥଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଅଛି ।

Leave A Reply

Your email address will not be published.