oom

କ୍ଷୁଦ୍ର ଚଳଚିତ୍ର ପାଗଳ ପ୍ରେମୀର ସୁଟିଙ୍ଗ୍‌ ଶେଷ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ଷୁଦ୍ର ଚଳଚ୍ଚିତ୍ର ପାଗଳ ପ୍ରେମୀର ସୁଟିଙ୍ଗ ଶେଷ ହୋଇଯାଇଛି ।ପ୍ରେମ ଉପରେ ଆଧାରିତ ଏହି କ୍ଷୁଦ୍ର ଚଳଚ୍ଚିତ୍ରକୁ ହୀରାଧର ଗହୀର ରଚନା କରିଥିବା ବେଳେ ଅଜିତ କୁମାର ସାହୁ ଓ ଶୁଭଲଷ୍ମୀ ସାହୁ କଣ୍ଠଦାନ କରିଛନ୍ତି । ଗୀତ ଓ ସଙ୍ଗୀତ ଜନକ ସେଠ ଦାୟିତ୍ୱ ନିର୍ବାହ ଗ୍ରହଣ କରିଛନ୍ତି । ଏଥିରେ ମୁଖ୍ୟ ଭୂମିକାରେ ଉଦୟ ଶଙ୍କର ବାଗ, ସୂର୍ଯ୍ୟମଣୀ ସାହୁ, ପ୍ରକାଶ ସାହୁ, ଅଜିତ କୁମାର ସାହୁ, ପଲ୍ଲବୀ ନାଗ, ଜଗତ ଦାସ, ଭୁପିନ୍ଦ୍ର ସାହୁ, ହୀରାଧର ଗହୀର ପ୍ରମୁଖ ଅଭିନୟ କରିଥିବା ବେଳେ ଖୁବଶୀଘ୍ର ଅଜିତ କୁମାର ସାହୁ ଅଫିସିୟାଲ ୟୁଟୁବ ଚେନାଲରେ ଉପଲବ୍ଧ ହେବ ବୋଲି ଶ୍ରୀ ସାହୁ କହିଛନ୍ତି । କ୍ୟାମେରା ଦଳ ଗୋବିନ୍ଦ ଭୋଇ ଓ ଜଗତ ଦାସ ଥିବା ବେଳେ ପ୍ରଯୋଜକ ଭାବେ ଅଜିତ କୁମାର ସାହୁ ରହିଛନ୍ତି ।

jittmm
Leave A Reply

Your email address will not be published.