jayashree

ଶ୍ରୀମନ୍ଦିରରେ ୮ କେଜିର ରୁପା ପାଦୁକା ଧରି ପହଞ୍ଚିଲେ ଭକ୍ତ

ପୁରୀ : ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ସ୍ଥାପିତ ହେବ ବିରାଟ ରୂପା ପାଦୁକା । ହାଇଦ୍ରାବାଦର ଶ୍ରଦ୍ଧାଳୁ ଶ୍ରୀନିବାସ ଶାସ୍ତ୍ରୀ ଏହି ପାଦୁକା ପୂଜା କରିବା ପାଇଁ ଗୁରୁବାର ପୁରୀ ଶ୍ରୀମନ୍ଦିର ଆଣିଛନ୍ତି । ଅଯୋଧ୍ୟାରେ ସ୍ୱତନ୍ତ୍ର କୁଶଳୀ କାରିଗରଙ୍କ ଦ୍ୱାରା ଏହି ପାଦୁକା ନିର୍ମାଣ କରାଯାଇଛି । ଭାରତବର୍ଷର ବିଭିନ୍ନ ତୀର୍ଥ ଓ ଧର୍ମସ୍ଥଳୀ ପରିଦର୍ଶନ କରି ସେ ପୁରୀରେ ଆସି ପହଞ୍ଚିଥିବା କହିଛନ୍ତି ।

ଗୁରୁବାର ଅପରାହ୍ନରେ ସେ ଶ୍ରୀମନ୍ଦିର ଯାଇ ମନ୍ଦିର ପ୍ରଦିକ୍ଷଣ କରିବା ସହ ପାଦୁକା ପୂଜା କରିଛନ୍ତି । ଏହି ପାଦୁକାର ଓଜନ ୮ କେଜି ରହିଛି । ଏହା ସମ୍ପୂର୍ଣ୍ଣ ଭାବେ ରୂପାରେ ତିଆରି ହୋଇଛି । ରୂପାରେ ନିର୍ମିତ ଏହି ପାଦୁକାରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଚିହ୍ନ ସହ ନଖରେ ବିଭିନ୍ନ ପ୍ରକାର ମୂଲ୍ୟବାନ ପଥର ଲଗାଯାଇଛି । ପୁରୀରୁ ଯିବା ପରେ ସେ ରାମେଶ୍ୱର ଓ ଅନ୍ୟ ତୀର୍ଥ ସ୍ଥାନ ପରିଦର୍ଶନ କରି ରୂପା ପାଦୁକା ପୂଜା କରିବେ । ପରେ ପଦଯାତ୍ରାରେ ଯାଇ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ଶ୍ରୀ ରାମଙ୍କ ଉଦ୍ଦେଶ୍ୟରେ ଏହାକୁ ଅର୍ପଣ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.