centurian jitm

ଦେଓଗାଁ ବ୍ଲକରେ ଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ଯାତ୍ରା

nschool

ଦେଓଗାଁ, (ମନୀଷ କୁମାର ସାହୁ) : ଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ଯାତ୍ରା ଦେଓଗାଁ ବ୍ଲକର ବିଭିନ୍ନ ଗାଁରେ ଅନୁଷ୍ଠିତ ହୋଇଯାଇଛି । ତୁଷୁରା ଶ୍ରୀ ସତ୍ୟସାଇ ସେବା ସମିତି, ତୁଷୁରା ଦିବ୍ୟ ପାଦୁକାକୁ ଆଟଗାଁ ସ୍ଥିତ ମହାଦେବପାଲି ଠାରୁ ସ୍ୱଗାତ କରାଯାଇଥିଲା । ଏହା ଆଟଗାଁ, ମହିମୁଣ୍ଡା, ଭୀମଡୁଙ୍ଗୁରି, ଉପରଝର, କଟାପାଲି, ନୂଆଁପାଲି, ଶିରାବାହାଲ, ବରକାନି, କୂଳିଆବାହାଲ, ଡୁଙ୍ଗୁରୀପାଲି ଦେଇ ଜରାସିଂହାରେ ପହଞ୍ଚିଥିଲା । ଜରାସିଂହା ଶ୍ରୀ ସତ୍ୟସାଇ ବିହାରରେ ରାତ୍ରି ଯାପନ ପୂର୍ବରୁ ଏକ ଭବ୍ୟ ସମାରୋହରେ ଗ୍ରାମ ପରିକ୍ରମା କରି ପ୍ରାୟ ୨ ହଜାର ଶ୍ରଦ୍ଧାଳୁଙ୍କୁ ପାଦୁକା ଭଗବାନ ଦର୍ଶନ ଦେଇଥିଲେ । ଗତକାଲି ଜରାସିଂହାରେ ବ୍ରହ୍ମ ମୁହୂର୍ତ୍ତରୁ ଓଁକାର, ସୁପ୍ରଭାତମ୍ ଓ ନଗର ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇ ଷୋଡ଼ଶ ଉପଚାରରେ ପୂଜା ହୋଇଥିଲା । ଏହା ପୁଣି ସକାଳ ୯ଟାରେ ବାହାରି ସଲେପାଲି, ଲିଖିରିଆ, ବର୍ଲା, କନକପଦର, କୁନ୍ଦେଇମାଲ ଦେଇ କନ୍ଦେନବହାଲିରେ ପହଞ୍ଚି ଭଗବାନଙ୍କ ପାଦୁକାଙ୍କୁ ବହୁ ସଂଖ୍ୟାରେ ଦର୍ଶନ କରିଥିଲେ ।

Leave A Reply

Your email address will not be published.