om academy

୯ ଆଇଏଏସ୍‌ ଅଫିସରଙ୍କୁ ପଦୋନ୍ନତି

jsm

ଭୁବନେଶ୍ୱର : ରାଜ୍ୟ ସରକାର ୨ ଜଣ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ପ୍ରିନ୍ସିପାଲ ସେକ୍ରେଟାରି ଗ୍ରେଡ୍‌ ଲେଭଲ-୧୫କୁ ପଦୋନ୍ନତି ଦେଇଥିବା ବେଳେ ୭ ଜଣ ଆଇଏଏସ୍‌ ଅଫିସରଙ୍କୁ ସୁପରଟାଇମ ସ୍କେଲ୍‌(ଲେଭଲ-୧୪ ପେ ମାଟ୍ରିକ୍ସ)କୁ ପଦୋନ୍ନତି ଦେଇଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୧୯୯୮ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସୁରେଶ କୁମାର ବଶିଷ୍ଠ ଓ ବିଶାଲ ଗଗନଙ୍କୁ ପ୍ରିନ୍ସିପାଲ ସେକ୍ରେଟାରି ଗ୍ରେଡ୍‌ ପେ’ ମାଟ୍ରିକ୍ସ ଲେଭଲ-୧୫କୁ ପଦୋନ୍ନତି ଦିଆଯାଇଛି । ସେହିପରି ଆଇଏଏସ୍‌ ଅଫିସର ଅରବିନ୍ଦ ଅଗ୍ରୱାଲ, ବଲୱନ୍ତ ସିଂ, ସଚିନ ରାମଚନ୍ଦ୍ର ଯାଦବ, ରବୀନ୍ଦ୍ର ପ୍ରତାପ ସିଂ, ଜ୍ଞାନରଞ୍ଜନ ଦାସ, ରଞ୍ଜନ କୁମାର ଦାସ ଏବଂ ସଂଗ୍ରାମଜିତ ନାୟକଙ୍କୁ ସୁପରଟାଇମ ସ୍କେଲ୍‌କୁ ପଦୋନ୍ନତି ଦିଆଯାଇଛି ।

Leave A Reply

Your email address will not be published.