ଗୁଣୁପୁର, (କେପିଏନ୍ଏସ୍) : ଶ୍ରେଷ୍ଠ ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦେବୀ(୮୮)ଙ୍କ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ଗୁଣୁପୁର ଓଡ଼ିଶା ସେବା ସମାଜର ପ୍ରତିଷ୍ଠାତ୍ରୀ ପଦ୍ମଶ୍ରୀ ଶାନ୍ତି ଦେବୀ ଗତ ବିଳମ୍ବିତ ରାତ୍ରି ପ୍ରାୟ ୧ଟା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରି ଚେତାଶୂନ୍ୟ ହୋଇଯାଇଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନାରେ କୁହାଯାଇଛି । ଜଣେ ପରୋପକାରୀ, ସମାଜସେବୀ ମହିଳା ଭାବେ ସେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ । ଗତ ନଭେମ୍ବର ମାସରେ ତାଙ୍କୁ ମର୍ଯ୍ୟାଦା ଜନକ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଥିଲା । ଗତ ୧୪ଦିନ ତଳେ ବଲାଙ୍ଗିର ପିଆର ହାଇସ୍କୁଲ ସେଣ୍ଟିନାରୀ ହଲରେ ଅନୁଷ୍ଠିତ ‘ଭାଗବତ ନନ୍ଦ ସ୍ମୃତି ସଭା’ରେ ସେ ଯୋଗଦାନ କରିଥିବା ବେଳେ ବଲାଙ୍ଗିରର ବୁଦ୍ଧିଜୀବୀ ମାନେ ତାଙ୍କ ସାନିଧ୍ୟ ଲାଭ କରିଥିଲେ ।