କପିଳାସରେ ପହଞ୍ଚିଥିଲା ଏହି ମା’ ଛେଉଣ୍ଡ ହାତୀଛୁଆ ‘ପଦ୍ମା’

ଢେଙ୍କାନାଳ : ଗତକାଲି ରାତିରେ କପିଳାସରେ ପହଞ୍ଚିଥିଲା ଏହି ମା’ ଛେଉଣ୍ଡ ହାତୀଛୁଆ। ବ୍ରହ୍ମପୁରରୁ ଉଦ୍ଧାର ହୋଇ କପିଳାସ ଚିଡ଼ିଆଖାନାକୁ ଆସିଥିବା ହାତୀଛୁଆର ନାଁ ‘ପଦ୍ମା’ ରଖାଯାଇଥିବା ଜଣାପଡ଼ିଛି । କପିଳାସ ଚିଡ଼ିଆଖାନାରେ ରହିବ ଏବେ ‘ପଦ୍ମା’ । ସେଠାରେ ସେ ପହଞ୍ଚିବା ପରେ ରାତି ସାରା ସେ ତାର ମା’କୁ ଖୋଜିଥିଲା । ପିସିସିଏଫ୍‌ଙ୍କ ପରାମର୍ଶ କ୍ରମେ ତା’ର ନାମ ‘ପଦ୍ମା’ ରଖାଯାଇଛି ବୋଲି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.