lika

ଡୁମେରଗୁଡ଼ା ଡଙ୍ଗା ବାହାଲ ଶ୍ରୀରାମ ଲୀଳା ଉଦ୍‌ଘାଟିତ : ୭୩ ବର୍ଷରେ ପଦାର୍ପଣ

gbag

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍ ଡ଼ମ୍ କର୍ଲାଖୁଣ୍ଟା ପଞ୍ଚାୟତର ଡୁମେରଗୁଡ଼ା ଡଙ୍ଗା ବାହାଲ ଶ୍ରୀରାମ ଜୀଉ ନାଟ୍ୟ କଳା ପରିଷଦ ତରଫରୁ ୭୩ ତମ ବର୍ଷ ଶ୍ରୀରାମ ଲୀଳା ନାଟକ ଉଦ୍‌ଘାଟିତ ହୋଇ ଯାଇଛି । ମୁଖ୍ୟ ପରିଚାଳକ ସୁଦାମ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମ. ରାମପୁର ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ତଥା ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ, ପାଇକ ପଡାର ସଭାପତି ଜୀବେଶ୍ କୁମାର ପଣ୍ଡା, ସମ୍ମାନୀତ ଅତିଥି ନାଟ୍ୟକାର, ନିର୍ଦେଶକ ପଣ୍ଡିତ ସୁରେନ୍ଦ୍ର ମିଶ୍ର ଯୋଗ ଦେଇ ଥିବା ବେଳେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଉଦ୍‌ଘାଟନୀ ଉତ୍ସବ ପରେ ପ୍ରଥମ ରଜନୀର ନାଟକୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପରିଷଦର ସଭାପତି ଭୀଷ୍ମ ସାହୁ, ସମ୍ପାଦକ ତୋଫାନ ଭୋଇ, ବରିଷ୍ଠ ସଦସ୍ୟ ଦୁଃଶାସନ ସାହୁ, ଥବୀର ବିଶ୍ଵାଳ, ସୁରେଶ ସାହୁ, ହରିହର ପାତ୍ର, ସହଯୋଗ କରିଥିଲେ । ପ୍ରଥମ ରଜନୀରେ ଅନେକ ଦୃଶ୍ୟ ମଞ୍ଚାୟନ ହୋଇଥିଲା । ଚଳିତ ବର୍ଷ ଏହି ରାମ ଲୀଳା ମହୋତ୍ସବ ୯ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

babaa
Leave A Reply

Your email address will not be published.