oom

ପାଇକମାଲରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜାରେ ଭକ୍ତଙ୍କ ପ୍ରବଳ ଭିଡ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପାଇକମାଲରେ ଚାଲିଛି ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା । ଏହି ପରିପ୍ରେକ୍ଷୀରେ ମା’ଙ୍କୁ ଦର୍ଶନ କରିବା ପାଇଁ ଲାଗିଛି ପ୍ରବଳ ଭିଡ । ଭକ୍ତ ମାନେ ନିଜ ନିଜର ମାନସିକ କରି ମାଙ୍କ ଆଗରେ ଲୋଟି ଯାଉଛନ୍ତି ତ କିଏ ଆନନ୍ଦ ଅଶ୍ରୁରେ ଖୁସିରେ ଭିଜାଇ ଦେଉଛି ନିଜ ଶରୀର । ପ୍ରତ୍ୟହ ମା’ ମାନେ ପରାତ ଥାଳିରେ ଲିଆ ଲଡ଼ୁ, ବୁନ୍ଦିଆ, କଦଳୀ, ଚୁଡ଼ି, ସିନ୍‌ନ୍ଦୁର, ନାରିକେଳ, ଫୁଲ ଫଳ, ଓଢଣୀ ଦୁର୍ଗା ମାତାଙ୍କୁ ଅର୍ପଣ ପରେ ଦୀପ ଓ ଧୂପକାଠି ଜାଳି ପୂଜା କରୁଛନ୍ତି । ଏହା ପରେ ପୁରୋହିତ, ମା’ ମାନଙ୍କ ହାତରେ ବାନ୍ଧୁଛନ୍ତି ପବିତ୍ର ନାଲି ସୂତା ଓ ମା’ ମାନଙ୍କୁ ଦେଉଛନ୍ତି ଅହୀଶୂଳ କ୍ଷଣି ଆଶୀର୍ବାଦ । ଅନ୍ୟପଟେ ମା’ଙ୍କ ପୀଠରେ ଚାଲିଛି ନିୟମ ଅନୁସାରେ ପୁଜା ପାଠ, ବାଜୁଛି ଶଙ୍ଖ ଘଣ୍ଟା, ମହୁରୀ, ନିଶାଣ, କମ୍ପି ଉଠୁଛି ପୁଜା ସ୍ଥଳୀ, ପ୍ରସାଦ ବାଲା ବାଂଟୁଛି ପ୍ରସାଦ, ବାଜାବାଲା ବଜାଉଛି ବାଜା, ପାଣିବାବଲା ବାଂଟୁଛି ପାଣି, ଭକ୍ତ ମାନେ ଯାଉଛନ୍ତି, ଆସୁଛନ୍ତି । ଚାରିପଟେ ଗେଟ ଗୁଡିକ ସଜାଇ ହୋଇଛି ଭେଳିକି ଭେଳି ରଙ୍ଗୀନ ଲାଇଟରେ । ଏଥର ଏକ ଦକ୍ଷତା ସମ୍ପର୍ଣ୍ଣ ପୁଜା କମିଟି ଦାୟିତ୍ୱ ନେଇଛନ୍ତି, ପୁଜା ପାଠର ଦାୟିତ୍ୱରେ ଅଛନ୍ତି ଡିଗ୍ରୀ ଧର ଦେବତା, ଅହରହ ସେବା ଦାୟିତ୍ୱରେ ଅଛନ୍ତି ଅନିଲ, ଗୋପେନ୍ଦ୍ର, ସୁଶାନ୍ତ ଓ ଚିନ୍ତାମଣି । ପୂଜାରେ କର୍ତ୍ତା ଭାବେ ସୁବାସ ମେହେର ଓ ତାଙ୍କ ସହଧର୍ମିଣୀ ଶ୍ରୀୟା ମେହେର ଦାୟିତ୍ୱ ନେଇଛନ୍ତି । ଗତ ତିନି ତାରିଖରେ କଳଶ ଯାତ୍ରା ପରେ କ୍ରମ ଅନୁସାରେ ଶୈଳପୁତ୍ରୀ, ବ୍ରହ୍ମହଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟିନୀ ବେଶରେ ମା’ ଦୁର୍ଗା ପୁଜା ପାଉଛନ୍ତି ଏବଂ ରାତ୍ରରେ ସବୁଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିଛି ବୋଲି କମିଟି ସଭାପତି ସୁଶାନ୍ତ ନାଗ ଜଣାଇଛନ୍ତି ।

jittmm
Leave A Reply

Your email address will not be published.