- ବନ୍ଦେ ଭାରତ ଏକ୍ସପ୍ରେସରେ ଉପଲବ୍ଧ ସୁସ୍ୱାଦୁ ଓଡିଆ ଖାଦ୍ୟ
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳବାଇ ‘ବନ୍ଦେ ଭାରତ’ ଟ୍ରେନରେ ଯାତ୍ରୀମାନଙ୍କୁ ସ୍ଥାନୀୟ ଖାଦ୍ୟ ପରଷିବା ପାଇଁ ପଦେକ୍ଷପ ଗ୍ରହଣ କରିଛି । ଏହା ସହିତ ୨୨୮୯୫ ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନେ ଓଡିଆ ଖାଦ୍ୟ ପାଇପାରିବେ । ଯାତ୍ରୀମାନେ ଓଡିଶାର ଆଳୁ ଫୁଲକୋବି ପ୍ରସ୍ତୁତ ସୁସ୍ୱାଦୁ ବ୍ୟଞ୍ଜନର ମଜା ଉଠାଇବେ । ସେହିଭଳି ୨୨୮୯୫ ଏଚଡବ୍ଲୁଏଚ-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀଙ୍କୁ ମିଳିବ ଆଳୁ ପୋଟଳ ଭଜା । ବନ୍ଦେ ଭାରତର ଯାତ୍ରୀମାନେ ମଧ୍ୟ ଟ୍ରେନ ଭିତରୁ ନିଜ ମନ ପସନ୍ଦର ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମବଙ୍ଗ, କେରଳ, ବିହାର ଏବଂ କାଶ୍ମୀରର ଆଞ୍ଚଳିକ ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିପାରିବେ ।
ଭାରତୀୟ ରେଳବାଇ, ଆଇଆରସିଟିସି ମାଧ୍ୟମରେ, ସାଂସ୍କୃତିକ ଦୃଷ୍ଟିରୁ ପ୍ରାସଙ୍ଗିକ ଖାଦ୍ୟ ଏବଂ ପ୍ରାମାଣିକ ସ୍ଥାନୀୟ ସ୍ୱାଦ ପ୍ରଦାନ କରି ଯାତ୍ରୀଙ୍କ ଅଭିଜ୍ଞତାକୁ ଆହୁରି ବୃଦ୍ଧି କରିବା ପାଇଁ ବନ୍ଦେ ଭାରତ ଟ୍ରେନରେ ଆଞ୍ଚଳିକ ବ୍ୟଞ୍ଜନ ସେବା ଆରମ୍ଭ କରିଛି । ଏହି ପଦକ୍ଷେପ ଦ୍ୱାରା ଯାତ୍ରୀମାନେ ସିଧାସଳଖ ଭାରତର ବିବିଧ ରାନ୍ଧଣା ଐତିହ୍ୟର ସ୍ୱାଦ ପାଇପାରିବେ, ଯାହା ଫଳରେ ସେମାନେ ସେମାନଙ୍କ ଟ୍ରେନ ସିଟ୍ରେ ବସି ଆଞ୍ଚଳିକ ସ୍ୱାଦିଷ୍ଟ ଖାଦ୍ୟର ମଜା ନେଇପାରିବେ ।
ନାଗପୁର-ସିକନ୍ଦରାବାଦ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀମାନେ ମହାରାଷ୍ଟ୍ରର କାଣ୍ଡ ପୋହା ସହିତ ଦକ୍ଷିଣ ଭାରତୀୟ ଡୋଣ୍ଡାକାୟା କରମ ପୋଡି ଫ୍ରାଇ ଏବଂ ଆନ୍ଧ୍ରପ୍ରଦେଶର ଆନ୍ଧ୍ର କୋଡି କୁରାର ସ୍ୱାଦ ନେଇପାରିବେ । ୨୦୯୦୧ ଏମ୍ଏମସିଟି-ଜିଏନସି ବନ୍ଦେ ଭାରତ ଏକ୍ସପ୍ରେସରେ ମେଥି ଥେପଲା ଏବଂ ୨୬୯୦୨ ଏସବିଆଇବି-ଭିଆରଏଲ୍ ବନ୍ଦେ ଭାରତ ଏକ୍ସପ୍ରେସରେ ମସଲା ଲୌକୀ ରୂପରେ ଗୁଜରାଟୀ ସ୍ୱାଦ ପରିବେଷଣ କରାଯାଉଛି ।
କେରଳର ପାରମ୍ପରିକ ଖାଦ୍ୟ ଯଥା ଧଳା ଚାଉଳ, ପଚକ୍କା ଚେରୁପାୟାର୍ ମେଝୁକ୍କୁ ପେରାଟି, କଦଳୀ ତରକାରୀ, କେରଳ ପରାଠା, ସାଦା ଦହି ଏବଂ ପାଲାଡା ପାୟସମ୍ ସହିତ ଆପ୍ପମ୍ ୨୦୬୩୩/୩୪ କାସରଗୋଡ-ତ୍ରିବାନ୍ଦ୍ରମ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ମାଙ୍ଗାଲୋର-ତ୍ରିବାନ୍ଦ୍ରମ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ରେ ଉପଲବ୍ଧ ଥିବାବେଳେ ପଶ୍ଚିମବଙ୍ଗର କୋଶା ପନିର୍ ୨୦୮୭୨ ରୋଉ-ଏଚଡବ୍ଲୁଏଚ ବନ୍ଦେ ଭାରତ ଏକ୍ସପ୍ରେସରେ ଉପଲବ୍ଧ ହେଉଛି। ଚମ୍ପାରଣ ପନିର ଭଳି ବିହାରର ସ୍ୱତନ୍ତ୍ର ଖାଦ୍ୟ ୨୨୩୪୯ ପିଏନବିଇ-ଆରଏନସି ବନ୍ଦେ ଭାରତ ଏକ୍ସପ୍ରେସରେ ପରିବେଷଣ କରାଯାଉଥିବା ବେଳେ, ଚମ୍ପାରଣ ଚିକେନ୍ ୨୨୩୪୮ ପିଏନବିଇ-ଏଚଡବ୍ଲ୍ୟୁଏଚ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ରେ ଉପଲବ୍ଧ ।
ଅମ୍ବଲ କଡଡୁ ଏବଂ ଜାମ୍ମୁ ଚଣା ମସଲା ସମେତ ଡୋଗ୍ରି ରନ୍ଧନ ପ୍ରଣାଳୀ ୨୬୪୦୧/୦୨ ଏବଂ ୨୬୪୦୩/୦୪ ଟ୍ରେନରେ ପ୍ରଦାନ କରାଯାଉଛି, ଏବଂ ଟମାଟୋ ଚମନ ଏବଂ କେଶର ଫିର୍ନି ପରି କାଶ୍ମୀରୀ ଖାଦ୍ୟ ୨୬୪୦୧/୦୨ ଏବଂ ୨୬୪୦୩/୦୪ ଏସଡିଭିକେ-ଏସଆଇଏନଏ ବନ୍ଦେ ଭାରତ ଏକ୍ସପ୍ରେସରେ ଉପଲବ୍ଧ ।
ମହାରାଷ୍ଟ୍ରର ମସଲା ଉପମା୨୨୨୨୯ ସିଏସ୍ଏମଟି-ଏମ୍ଏଓ ବନ୍ଦେ ଭାରତ ଏକ୍ସପ୍ରେସରେ ଉପଲବ୍ଧ ଥିବାବେଳେ ପଶ୍ଚିମବଙ୍ଗର ମୁର୍ଗିର ଝୋଲ ୨୨୩୦୨ ଏନଜେପି-ଏଚଡବ୍ଲ୍ୟୁଏଚଲ ବନ୍ଦେ ଭାରତ ଏକ୍ସପ୍ରେସ୍ ରେ ମିଳୁଛି ।
ଏହି ପଦକ୍ଷେପ ମାଧ୍ୟମରେ ଭାରତୀୟ ରେଳବାଇ ଭାରତର ସମୃଦ୍ଧ ରନ୍ଧନ ବିବିଧତାକୁ ପାଳନ କରୁଛି, ଯାହା ରେଳ ଯାତ୍ରାକୁ ଅଧିକ ସ୍ମରଣୀୟ ଏବଂ ସାଂସ୍କୃତିକ ଭାବରେ ଆନନ୍ଦଦାୟକ କରୁଛି ।