ଭୁବନେଶ୍ୱର, (କେପିଏନ୍ଏସ୍) : ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ସଶକ୍ତ ପଦକ୍ଷେପ ମହିଳାମାନଙ୍କ ବିକାଶରେ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ଜଣାପଡ଼ିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ପୂର୍ବାହ୍ନରେ ଲୋକାପିର୍ତ ହୋଇଛି ଝାରସୁଗୁଡ଼ା, ଯାଜପୁର ଓ ଭୁବନେଶ୍ୱରରେ ୧୦୦ ଅନ୍ତେବାସୀଙ୍କ ପାଇଁ କର୍ମଜୀବୀ ମହିଳା ନିବାସ, କର୍ମଜୀବୀ ମହିଳା ନିବାସ ୱେବ ପୋର୍ଟାଲ, ସ୍ୱଧାର ଓ ଉଜ୍ୱଳା ଗୃହ ପାଇଁ ୱେବ ପୋର୍ଟାଲ, ବ୍ୟାଙ୍କ ଲିଙ୍କେଜ୍ ଆଣ୍ଡ୍ ଇଣ୍ଟ୍ରେଷ୍ଟ ସବ୍ଭେନସନ୍ ୱେବ୍ ପୋର୍ଟାଲ, ବିଜ୍ନେସ୍ କରେସ୍ପଣ୍ଡେଣ୍ଟ ଏଜେଣ୍ଟସ୍ ଇନିସିଏଟିଭ୍, ମିଶନ ଶକ୍ତି ୱେବ ପୋର୍ଟାଲ ଓ ମିଶନ ଶକ୍ତି ମୋବାଇଲ୍ ଆପ୍ । ମିଶନ ଶକ୍ତିର ସଫଳତା ଅଧିକରୁ ଅଧିକ ମା ମାନଙ୍କୁ ପ୍ରେରଣା ଦେବ ଏବଂ ଏହା ଖୁବ ଶୀଘ୍ର ଏକ କୋଟି ମହିଳାଙ୍କର ଏକ ବିରାଟ ଆନ୍ଦୋଳନରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମିଶନ ଶକ୍ତି ପାଇଁ ୫ ହଜାର କୋଟି ଟଙ୍କାର କାମ ଘୋଷଣା କରାଯାଇଛି ଏବଂ ସେମାନେ ଦକ୍ଷତାର ସହ କାମ କରି ସରକାରଙ୍କ ବିଶ୍ୱାସକୁ ବୃଦ୍ଧି କରିଛନ୍ତି ।
୨୦୦୧ ମାର୍ଚ୍ଚ ୮ ତାରିଖରେ ଲାଗିଥିବା ଗୋଟିଏ ଚାରା ଆଜି ଏକ ବିରାଟ ଗଛରେ ପରିଣତ ହୋଇଛି । ୮୦ ଲକ୍ଷ ମା’ମାନଙ୍କ ପାଇଁ ଆଶାର ବୃକ୍ଷ ହୋଇଯାଇଛି । ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ । ସେହି କାହାଣୀ ହେଉଛି ଆମର ମିଶନ ଶକ୍ତି । ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ବିଶ୍ବ ମହିଳା ଦିବସ ପାଳନ ଅବସରରେ ଏହା କହିଛନ୍ତି । ତେବେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।
Next Post