ଶିବମ କୁମାର ସିଂଙ୍କୁ ପ୍ରଫେସର ଡ଼. ରମେଶ ଚନ୍ଦ୍ର ବେହେରା ସ୍ମୃତି ସ୍ୱର୍ଣ୍ଣପଦକ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଫେସର ଡ଼. ରମେଶ ଚନ୍ଦ୍ର ବେହେରା ଏନ୍ଆଇଟି ରାଉରକେଲାରେ ମେଟାଲର୍ଜି ବିଭାଗରେ ବିଭାଗୀୟ ମୁଖ୍ୟ ଓ ଏନ୍ଆଇଟିର ଡିନ ଏକାଡେମୀ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ତାଙ୍କର ମୃତ୍ୟୁ ପରେ ଆଜକୁ ୭ ବର୍ଷ ହେଲା ତାଙ୍କ ସ୍ମୃତିରେ ଏନ୍ଆଇଟିର ଏମ୍ ଟେକରେ ଟପ୍ପରକୁ ପ୍ରଫେସର ଡ଼. ରମେଶ ଚନ୍ଦ୍ର ବେହେରା ସ୍ମୃତି ସ୍ୱର୍ଣ୍ଣ ପଦକ ପ୍ରତିବର୍ଷ ତାଙ୍କ ସ୍ତ୍ରୀ ସବିତାରାଣୀ ବେହେରାଙ୍କ ତରଫରୁ ଏନ୍ଆଇଟିର ସମାବର୍ତ୍ତନ ଉତ୍ସବରେ ପ୍ରଦାନ କରାଯାଇ ଆସୁଛି । ଚଳିତ ବର୍ଷ ୨୩ତମ ସମାବର୍ତ୍ତନ ଉତ୍ସବରେ ସିଭିଲ ଇଞ୍ଜିନିୟରିଙ୍ଗ୍ ବିଭାଗର ଛାତ୍ର ଶିବମ୍ କୁମାର ସିଂ ସମଗ୍ର କଲେଜରେ ଏମ୍ ଟେକ୍ ଟପର ହୋଇଥିବାରୁ ତାଙ୍କୁ ପ୍ରଫେସର ଡ଼. ରମେଶ ଚନ୍ଦ୍ର ବେହେରା ସ୍ମୃତି ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.