lika

ମୁରିବାହାଲ ଡିଗ୍ରୀ କଲେଜ ଛାତ୍ରଙ୍କୁ ଓଡିଶା ରାଜ୍ୟସ୍ତରୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ପୋର୍ଟସ ଏଣ୍ଡ ଗେମ୍‌ସ୍‌ ପ୍ରତିଯୋଗିତାରେ ପଦକ

gbag

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତତିନି ଛାତ୍ର ମହମ୍ମଦ ଇରଫାନ ଚଳିତ ୨୦୨୪ ବର୍ଷର ଦ୍ଵିତୀୟ ଓଡିଶା ରାଜ୍ୟସ୍ତରୀୟ ଆନ୍ତଃ ବିଶ୍ଵବିଦ୍ୟାଳୟ ସ୍ପୋର୍ଟସ ଏଣ୍ଡ ଗେମ୍‌ସ୍‌ ପ୍ରତିଯୋଗିତାର ବାଳକ ବିଭାଗର ବ୍ୟାଡମିଣ୍ଟନ ଏକକରେ ତୃତୀୟ ସ୍ଥାନରେ ରହି ପଦକ ଜିତିଛନ୍ତି । କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଜୟୀ ହେବା ପରେ ତାଙ୍କୁ ୫ ହଜାର ଟଙ୍କା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଛାତ୍ର ମହମ୍ମଦ ଇରଫାନ ମୁରିବାହାଲ ଡିଗ୍ରୀ କଲେଜ ବାଣିଜ୍ୟ ବିଭାଗର ପ୍ରଥମ ବର୍ଷରେ ଅଧ୍ୟୟନ କରୁଛନ୍ତି । ତାଙ୍କର ଏହି ସଫଳତାରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଖୁସିବ୍ୟକ୍ତ କରିବା ସହ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

babaa
Leave A Reply

Your email address will not be published.