ଡୁମେରପାଣି ଉଚ୍ଚ ବିଦ୍ୟାଳୟରେ ହରଘର ତ୍ରିରଙ୍ଗା ପଦ‌ଯାତ୍ରା

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସଦର ବ୍ଲକ ଡୁମେରପାଣି ଉଚ୍ଚ ବିଦ୍ୟାଳୟରେ ହରଘର ତ୍ରିରଙ୍ଗା ପଦଯାତ୍ରା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ‌ ମୁଖ୍ୟ ଅତିଥିଭାବେ ଅବସର ପ୍ରାପ୍ତ ଇତିହାସ ଅଧ୍ୟାପକ ଡ଼ଃ ଶିବ ପ୍ରସାଦ ବେହେରା ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗ୍ରାମ୍ୟ ପରିକ୍ରମାରେ ପ୍ରତ୍ୟେକ ନାଗରିକଙ୍କୁ ତ୍ରିରଙ୍ଗା ଦେଇ ଦେଶର କର୍ତ୍ତବ୍ୟ ବାର୍ତ୍ତା ପହଞ୍ଚାଇ ଥିଲେ । ଏହି କାର୍ଯ୍ୟକ୍ରମରେ ଡୁମେରପାଣି କ୍ଲଷ୍ଟର ସଂଯୋଜକ ମକରଧ୍ୱଜ ବାରିକ, ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଟିକେଶ୍ୱର ସାହୁ, ସମିତି ସଭ୍ୟ ଚୁରନ ମାଝୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.