ସୁବାଈରୁ ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା

କୋରାପୁଟ, (ସୁନାମ ହନ୍ତାଳ) : ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ପଟ୍ଟାଙ୍ଗି ପୂର୍ବତନ ବିଧାୟକ ପ୍ରପୁଲ ପାଙ୍ଗିଙ୍କ ନେତୃତ୍ୱରେ ପଟ୍ଟାଙ୍ଗି ନିର୍ବାଚନଣ୍ଡଳୀର ସୁବାଈ ଗ୍ରାମ ପଂଚାୟତରୁ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି । ବିଜେପି ସରକାରଙ୍କ ୧୦୦ ଦିନର ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବ ବିଜୁ ଜନତା ଦଳ । ସରକାରଙ୍କ ବିଫଳତା ଓ ବିଜେପିର ମିଛ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ବିଜେଡି ନିଷ୍ପତ୍ତି ନେଇଛି । ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ଅକ୍ଟୋବର ୬ ପର୍ଯ୍ୟନ୍ତ ପଦଯାତ୍ରା କରାଯିବ । ସେହିପରି ଗୋପବନ୍ଧୁଙ୍କ ଜୟନ୍ତୀ ଅକ୍ଟୋବର ୯ରୁ ଦୁଇମାସ ବ୍ୟାପୀ ଚାଲିବ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ । ସଭ୍ୟ ସଂଗ୍ରହ ଅଭିଯାନରେ ବିଜେଡିର ଫୋକସରେ ଯୁବ ଓ ଛାତ୍ର । ୱାର୍ଡ, ପଞ୍ଚାୟତରୁ ଆରମ୍ଭ କରି ନିର୍ବାଚନ ମଣ୍ଡଳୀ ଯାଏଁ ବିଭିନ୍ନ ସଭା, ସମିତି କରାଯାଇ ସଦସ୍ୟ ଅଭିଯାନର ଲକ୍ଷ୍ୟକୁ ପୂରଣ କରାଯିବ । ଡିଜିଟାଲ ମାଧ୍ୟମରେ ବି ସଭ୍ୟ ସଂଗ୍ରହ ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । କୋଟିଏରୁ ଅଧିକ ସଭ୍ୟ ସଂଗ୍ରହ ପାଇଁ ଟାର୍ଗେଟ ରଖାଯାଇଛି ।

Leave A Reply

Your email address will not be published.