oom

ଖଇରା ପଞ୍ଚାୟତର ବିଭିନ୍ନ ଗାଁରେ ଶଙ୍ଖ ଜନସଂପର୍କ ପଦଯାତ୍ରା

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଆଜି ଶଙ୍ଖ ଜନସଂପର୍କ ପଦଯାତ୍ରାର ପ୍ରଥମ ଦିନରେ ବଙ୍ଗୋମୁଣ୍ଡା ବ୍ଲକ ଖଇରା ପଞ୍ଚାୟତର ଖଇରା, ଲୁକାପଡା, ତେଲିପଦର, ଡୁମେରପଡା, ପିପଳମୁଣ୍ଡା ଗ୍ରାମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ନିରୁପମା ମାଝୀ ଓ ବିଜେଡି ଯୁବନେତା ଗିରିରାଜ ସିଂ ମାଝୀ ପହଞ୍ଚି ଲୋକମାନଙ୍କ ଘର ଘର ବୁଲି ସେମାନଙ୍କ ବିଭିନ୍ନ ସମସ୍ୟା ବୁଝିବା ସହ ନବୀନ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ଗୁଡ଼ିକ ତାଙ୍କୁ ବୁଝାଇ ଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଅବଗତ କରିବା ସହ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରୁଛନ୍ତି ସେଥି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ନେତ୍ରୀ ପିଙ୍କି ଖର୍ସେଲ, ବିଜେଡି ମହିଳା ନେତ୍ରୀ ଗୋଲପି ମାଝୀ, ବରିଷ୍ଠ ବିଜେଡି ନେତା ଶ୍ରୀଧର ମାଝୀ, ଝଜ ଚନ୍ଦନ, ଚକ୍ରଧର ଜାନି, ବିଜେଡି ତୁରେକେଲା ବ୍ଲକ ସଭାପତି ଆଶାଦୁଲ୍ଲା ଖାନ, ବରିଷ୍ଠ ବିଜେଡି ନେତା ଦିଲ୍ଲୀପ ମହାନ୍ତି, ଅଶ୍ୱନୀ ମାଝୀ, ରାଜେନ୍ଦ୍ର ପରାଭୋଇ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.