oom

ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁଲିଫୁଙ୍କା ପଂଚାୟତର ସାହାଯୋଟ, ପାତଳପଡ଼ା, ଚୁଲିଫୁଙ୍କା, ମନିଗାଁ ଓ କପିଳାଭଟା ପଂଚାୟତର ବରତୁଣ୍ଡା, ଅସୁର୍ଲା, କପିଳାଭଟା ଓ ଗନ୍ଧାରବନ୍ଧ ପଂଚାୟତର ବରୋବାହାଲ ଗ୍ରାମଠାରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ବିଜେଡି ସମ୍ପାଦକ ଫିରୋଜ ଖାଁଙ୍କ ନେତୃତ୍ୱରେ ବିଜେଡି ବ୍ଲକ ସଭାପତି ରାଧେଶ୍ୟାମ କେତକୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଲାଲଚନ ପୁଟେଲ, ରାଜ୍ୟସଭା ସାଂସଦ ପ୍ରତିନିଧି ମନରଞ୍ଜନ ଭୋଇ, ଛାତ୍ର ବିଜେଡି ବ୍ଲକ ସଭାପତି ଗୁରୁଚରଣ ଠେଲା, ବରିଷ୍ଠ ନେତା କର୍ଣ୍ଣ ମେହେର, ଅଶୋକ ଛୁରା, ଅରଛୁ ଭୋଇ, ଶରତ ବେହେରା, ବିନୋଦ ବେହେରା, ଅନିଲ ମାଝୀ, ରାହାସ ଠେଲା, ରମାକାନ୍ତ ଘିଭେଲା, ଉମାଶଙ୍କର ଠେଲା, ଦିବାକର ପୁଟେଲ ଓ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.