ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ହକି ପ୍ରତିଯୋଗିତା ପାଇଁ ପଦଯାତ୍ରା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ହକି ପ୍ରତିଯୋଗିତା ପାଇଁ ଏକ ପଦଯାତ୍ରା ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ତରଫରୁ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଲିରେ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ଓ ଛାତ୍ରଛାତ୍ରୀମାନେ ରାଲିର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ ରାଲିଟି ସେକ୍ଟର ୪ରୁ ବାହାରି ସେକ୍ଟର ୩ ଥାନା ପର୍ଯ୍ୟନ୍ତ ଯାଇ ପୁଣି ସେକ୍ଟର ୫ ବସ୍ତିସାହି ପର୍ଯ୍ୟନ୍ତ ଯାଇଥିଲା । ବିଭିନ୍ନ ପ୍ଲା କାର୍ଡ ଏବଂ ସ୍ଲୋଗାନ ‘ହକିର ଗଡ ସୁନ୍ଦରଗଡ’ ଦିଲ୍ଲୀପ ତିର୍କି ଆମରଗର୍ବ, ଆଦି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଲୋକମାନଙ୍କୁ ଆକର୍ଷଣ କରିବା ପରେ ମହାବିଦ୍ୟାଳୟରେ ଏକତ୍ରିତ ହୋଇ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ରାଲିରେ ମହାବିଦ୍ୟାଳୟର ଅଧ୍ୟାପକ ରଶ୍ମି ରଂଜନ ରାଉତ ୟୁଥ୍ ରେଡକ୍ରସ୍ ପରିଚାଳକ ମନୋଜ ଦଲେଇ, ଯୁକ୍ତ ୩ ରେଡକ୍ରସ୍‌ର ଅଧ୍ୟାପିକା ବୈଜୟନ୍ତୀ ବାରିକ, ଯୁକ୍ତ ୩ ରେଡକ୍ରସ୍‌ ବାଳିକା ବିଭାଗ, ଯୁକ୍ତ ୩ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ବାଳିକା ବିଭାଗର ଅଧିକାରୀ ଅଧ୍ୟାପିକା ରଶ୍ମିପ୍ରଭା ମଥାନ, ଅଧ୍ୟାପକ ବନ ବିହାରୀ କିଶାନ, ବନ୍ଦନା ସୋରେଙ୍ଗ, ଅନୀଲ କୁମାର ରାମ, ପ୍ରଧ୍ୟାପିକା ତପସ୍ଵିନୀ ମିଶ୍ର, ଡକ୍ଟର ରବୀନ୍ଦ୍ର ଜେନା ତଥା ଅତିଥି ଅଧ୍ୟାପିକା, ଅଧ୍ୟାପକମାନେ ଉପସ୍ଥିତ ଥିଲେ । ହକି ବିଶ୍ୱ କପ ଉପଲକ୍ଷେ ରଙ୍ଗୋଲି, ହକି କୁଇଜ୍, ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ ସହିତ ଓଡ଼ିଶାର ସମସ୍ତ ବିଶ୍ଵବିଦ୍ୟାଳୟର ହକି ଖେଳାଳି ଏବଂ ପ୍ରଶିକ୍ଷକମାନଙ୍କୁ ଆତିଥ୍ୟ ପ୍ରଦାନ କରାଯାଇଛି । ହକି ବିଶ୍ୱକପ ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.