oom

ଭାଜପାର ପଦଯାତ୍ରା ଆରମ୍ଭ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ହୁମ୍ମା ପଂଚାୟତରେ ମା’ ପାଦୁକାଇ ମନ୍ଦିର ପ୍ରାଙ୍ଗଣରୁ ପଦଯାତ୍ରା ଆରମ୍ଭ କରିଛି ଭାଜପା । ଏହି ପଦଯାତ୍ରା ସମୟରେ କେନ୍ଦ୍ର ସରକାର ଗରିବ ଲୋକଙ୍କ ପ୍ରତି ବିଭିନ୍ନ ଅନୁଦାନକୁ ରାଜ୍ୟ ସରକାର ତଥା ବିଜେଡି ଯେଉଁ ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଭୂଆଁ ବୁଲାଇଛି ତାର ଜବାବ ଏବଂ ସଠିକ୍‌ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚାଇବା ମୁଖ୍ୟ ଉଦ୍ଦ୍ୟୋ ବୋଲି ଭାଜପା ଜିଲ୍ଲା ସଭାପତି ବିଭୁତି ଜେନା କହିଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଲୋକଙ୍କ ପାଖରେ ନ ପହଂଚି ବାଟମାରଣା ହେଉଥିବା ସେ ଅଭିଯୋଗ କରିଛନ୍ତି । ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ତାଲିକାରୁ ବାଦ ପଡ଼ିଥିବା ବେଳେ ଧନୀ ଶ୍ରେଣୀ ଯାହାର ବଡ ବଡ଼ କୋଠା ସାଙ୍ଗକୁ ଗାଡି ମଟର ରହଛି ତାଙ୍କୁ ରାସନ କାର୍ଡ ଦିଆଯାଇଛି ବୋଲି ଭାଜପା ନେତା ପ୍ରଶାନ୍ତ କର ଅଭିଯୋଗ କରିଛନ୍ତି । ଯୋଗ୍ୟ ହିତାଧିକାରୀଙ୍କୁ ଏବେବି ଭତ୍ତା ମିଳୁନି ବୋଲି କହିଛନ୍ତି । ବର୍ତମାନ ଲୋକେ ଯେମିତି ଧାମନଗର ନିର୍ବାଚନର ଠିକ୍‌ ଜବାବ ଦେଲେ ସେହି ଭଳି ସମଗ୍ର ଓଡିଶାବାସୀ ଆସନ୍ତା ନିର୍ବାଚନରେ ଉତ୍ତର ଦେବେ ବୋଲି ଭାଜପା ନେତା ମାନେ କହିଛନ୍ତି । ଏହି ପଦଯାତ୍ରାରେ ଭୁଗରୁ ବକ୍ସିପାତ୍ର, ବରିଷ୍ଠ ଭାଜପା ନେତା ସୁବାଷ ଚନ୍ଦ୍ର ସାହୁ, ନିର ଜେନାଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ସାମିଲ ଥିଲେ । ଏହି ଅବସରରେ ହୁମ୍ମା ଅଞ୍ଚଳର ଜଣେ ଛାତ୍ର ଗତ ଦୁଇ ଦିନ ତଳେ ସମୁଦ୍ରରେ ବୁଡି ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପରିବାର ବର୍ଗଙ୍କୁ ଭେଟି ଭାଜପା ନେତାମାନେ ସମବେଦନା ଜଣାଇଥିଲେ ।

jittmm
Leave A Reply

Your email address will not be published.