oum

ଯୋଡାଠାରେ ଅହିଂସା ରଥକୁ ସ୍ୱାଗତ କରି ବିଶାଳ ପଦଯାତ୍ରା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ଅର୍ଦ୍ଧେକ ଜିଲ୍ଲା ପରିକ୍ରମା କରିବା ପରେ ଗତକାଲି ଅହିଂସା ରଥ ପ୍ରବେଶ କରିଛି କେନ୍ଦୁଝର ଜିଲ୍ଲାରେ । ଯୋଡାଠାରେ ଅହିଂସା ରଥକୁ ସ୍ୱାଗତ କରି ବିଶାଳ ପଦଯାତ୍ରା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଏବଂ ସ୍ୱେଚ୍ଛାସେବୀମାନେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏଥିରେ ଜିଲ୍ଲାର ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.