ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରେ ଆରମ୍ଭ ହୋଇଥାଏ ପିତୃପକ୍ଷ । ମହାଳୟା ଅମାବାସ୍ୟା ଦିନ ହିଁ ପିତୃପକ୍ଷରୁ ପରିସମାପ୍ତି ଘଟିଥାଏ । ଏହି ପନ୍ଦର ଦିନର ଅବଧିରେ ଲୋକମାନେ ପିତୃଋଣକୁ ପରିଶୋଧ କରିବାପାଇଁ ଶ୍ରଦ୍ଧା ଦେଇଥାନ୍ତି । ହିନ୍ଦୁ ଧର୍ମ ଅନୁଯାୟୀ ଆତ୍ମା ସବୁବେଳେ ଅମର । ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ରାହ୍ମଣ ସମାଜର ସମ୍ପାଦକ ନବୀନ ତ୍ରିପାଠୀ ଓ ସହଧର୍ମିଣୀ ଶ୍ରୀମତୀ ଶକୁନ୍ତଳା ତ୍ରିପାଠୀଙ୍କ ଉଦ୍ୟମରେ କଲଙ୍ଗା ପାଳି ସ୍ଥିତ ବାସଭବନ ରେ ୧୦୮ ବ୍ରାହ୍ମଣଙ୍କ ପାଦଧୌତ ସହ ବ୍ରାହ୍ମଣ ଭୋଜନ ତଥା ଅନନ୍ତମୁଖୀ ଭାଗବତ ପରାୟଣ କାର୍ଯ୍ୟକ୍ରମ ୨୧ବର୍ଷ ଉପଲକ୍ଷେ ମହା ଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ତାଙ୍କ ଜନ୍ମମାଟି ଭେଲୁଆ ପଦରଠାରୁ ଆରମ୍ଭ କରିଥିଲେ । ପିତୃପକ୍ଷଙ୍କ ଉଦ୍ଦେଶ୍ୟରେ ଓ ଆଗାମୀ ପିଢ଼ିଙ୍କୁ ବାର୍ତ୍ତା ଦେବା ପାଇଁ ଦୀର୍ଘ ୨୧ବର୍ଷ ହେଲା ଶ୍ରୀ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ଲଳିତ କୁମାର ପଣ୍ଡା, ବିଶ୍ୱମିତ୍ର ଦାଶ, ଗୋପାଳ ଦାଶ, ଉଦ୍ଧବ ତ୍ରିପାଠୀ ପୂଜକ କାର୍ଯ୍ୟ ତୁଲାଇଥିଲେ । ବ୍ରାହ୍ମଣ ସମାଜ ବ୍ଲକ ସଭାପତି ସଦାନନ୍ଦ ପାଢ଼ୀ, ଜୟକେତନ ତ୍ରିପାଠୀ, ଅରବିନ୍ଦ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Next Post