jayashree

ବୁଡ଼ ପକାଇବା ନ‌େଇ ପ୍ରଶାସନ ପକ୍ଷରୁ କଟକଣା ଜାରି : ପବିତ୍ର ମାଘ ସପ୍ତମୀ

କୋଣାର୍କ : କର‌ୋନା ମହାମାରୀକୁ ଦୃଷ୍ଟିରେ ରଖି କୋଣାର୍କ ନିକଟ ଚନ୍ଦ୍ରଭାଗା ବେଳାଭୂମିରେ ପବିତ୍ର ମାଘ ସପ୍ତମୀରେ ବୁଡ଼ ପକାଇବା ନ‌େଇ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । ଜିଲ୍ଲା ପ୍ରଶାସନ ସହ ଏକ ବୖ‌େଠକ ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇ କହିଛନ୍ତି ଯେ, ଏଥିପାଇଁ କେବଳ ୫୦୦ ଲୋକଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ ଏବଂ ସେମାନେ କୋଣାର୍କ, ତ୍ରୀବେନିଶ୍ୱର, ଐଶାନେଶ୍ୱର ଓ ଭଗବାନ ଦଖିନେଶ୍ୱରଙ୍କ ପାଖରେ ପବିତ୍ର ବୁଡ଼ ପକାଇ ପାରିବେ । ଚଳିତ ବର୍ଷ ପବିତ୍ର ମାଘ ସପ୍ତମୀ ଫେବୃଆରୀ ୧୯ ତାରିଖରେ ପଡୁଛି । ପୁରାଣ ଅନୁଯାୟୀ ଭଗବାନ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭଗା ବେଳାଭୂମିରେ ସୂର୍ଯ୍ୟ ଭଗବାନଙ୍କୁ ପ୍ରାର୍ଥନା କରି କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିଲେ । ଏହି ବିଶ୍ୱାସକୁ ଆଧାର କରି ଭକ୍ତମାନେ ଓଡିଆ କ୍ୟାଲେଣ୍ଡର ଅନୁଯାୟୀ ଅମାବାସ୍ୟାର ସପ୍ତମ ଦିନରେ ଏହି ପବିତ୍ର ବୁଡ଼ ପକାଇଥାନ୍ତି । ଯାହା ଫଳରେ ଚର୍ମ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Leave A Reply

Your email address will not be published.