ପବିତ୍ର ଅକ୍ଷୟ ତୃତୀୟା

  • କେ.ସତ୍ୟନାରାୟଣ ରେଡ୍ଡୀ

ପୁଣ୍ୟମାସ ବୈଶାଖ ଶୁକ୍ଳ ତୃତୀୟା ‘ଅକ୍ଷୟ ତୃତୀୟା’ ଭାବରେ ପ୍ରସିଦ୍ଧ । ଏହି ପବିତ୍ର ତିଥିରେ ଯେଉଁ ଧର୍ମ କାର୍ଯ୍ୟ କରାଯାଏ ତାହାର ଫଳ (ଅସରନ୍ତି) ହୁଏ ବୋଲି ବିଶ୍ୱାସ । ଏହିଦିନ ଅଳ୍ପେ ବହୁତେ ଦାନକଲେ ଫଳ ଅକ୍ଷୟ ହୁଏ । ପୁରାଣ ଅନୁସାରେ ଏହିଦିନରେ ସତ୍ୟଯୁଗର ଆରମ୍ଭ ହୋଇଥିଲା । ପୃଥିବୀର ଗଙ୍ଗୋତ୍ରୀ(ପୁରାଣ ନାମ-ଜଟ ଶଂକରୀ) ଠାରେ ଗଙ୍ଗା ନଦୀର ଅବତରଣ ଘଟିଥିଲା । ଭଗବାନ ବିଷ୍ଣୁଙ୍କ ଅବତାର ରୂପେ ପର୍ଶୁରାମ ଏହିଦିନରେ ଆବିର୍ଭୂତ ହୋଇଥିଲେ । ଏହି ତିଥିରେ ମାଆ ଅନ୍ନପୂର୍ଣ୍ଣାଙ୍କ ଜନ୍ମ ଓ କୁବେରଙ୍କୁ ଧନପ୍ରାପ୍ତି ହୋଇଥିଲା । ପୁଣି ଏହି ଦିନ ସୂର୍ଯ୍ୟଦେବ ପାଣ୍ଡବଗଣଙ୍କୁ ଅକ୍ଷୟପାତ୍ର ଦେଇଥିଲେ । ଆଜି ଦିନରେ ବ୍ୟାସଦେବ ପାର୍ବତୀଙ୍କ ମାନସପୁତ୍ର ଗଣେଶଙ୍କ ଦ୍ୱାରା ମହାଭାରତ ଲେଖା ଆରମ୍ଭ କରିଥିଲେ । ମହାଭାରତ ଯୁଦ୍ଧର ପରିସମାପ୍ତି ହୋଇଥିଲା । ପବିତ୍ର ବଦ୍ରିନାଥ ଧାମର ଦ୍ୱାର ଏହିଦିନ ଖୋଲାଯାଏ । ବୃନ୍ଦାବନର ବାଙ୍କବିହାରୀ ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ ଦର୍ଶନ ମିଳେ । ଆଦି ଶଂକରାଚାର୍ଯ୍ୟ କନକ ଧାରା ସ୍ତୋତ୍ର ରଚନା କରିଥିଲେ ।

ଅକ୍ଷୟ ତୃତୀୟା ଓଡିଶା ପାଇଁ ବିଶେଷ ଗୁରୁତ୍ୱ ବହନକରେ । ପୁରୀର ରଥଯାତ୍ରା ପାଇଁ ରଥ ନିର୍ମାଣର ଅନୁକୂଳ ହୋଇଥାଏ । ପ୍ରଭୁଙ୍କର ଚନ୍ଦନଯାତ୍ରା ଏହିଦିନରୁ ଆରମ୍ଭ ହୁଏ । ଦେବରାଜ ଇନ୍ଦ୍ର ଏହି ଦିନ ପୃଥିବୀରେ ନିଜେ ଜମି ହଳକରି ବୀଜ ବୁଣିଲେ । ତଦନୁସାରେ ଓଡିଶାର ଚାଷୀ ତା’ର କ୍ଷେତରେ ‘ଧାନ ଲକ୍ଷ୍ମୀ’ଙ୍କ ପୂଜା କରି ଅକ୍ଷୀ ମୁଠି ଅନୁକୂଳ କରେ ।

Leave A Reply

Your email address will not be published.