ଆଜି ପବିତ୍ର ଶ୍ରୀରାମ ନବମୀ

ଭୁବନେଶ୍ୱର : ଆଜି ପବିତ୍ର ଶ୍ରୀରାମ ନବମୀ । ଏନେଇ ରାଜଧାନୀ ଭୁବନେଶ୍ୱରର ଶ୍ରୀରାମ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଅବକାଶ ନୀତି, ମହାସ୍ନାନ, ସକାଳ ଧୂପ ଓ ବେଶ ହେବା ପରେ ବର୍ତ୍ତମାନ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ଲାଭ କରୁଛନ୍ତି । ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଥିବା ରାମ ମନ୍ଦିରରେ ମଧ୍ୟ ରଘୁନନ୍ଦନଙ୍କ ପୂଜା ଚାଲିଛି ।

Leave A Reply

Your email address will not be published.