oom

ପଦ୍ମପୁରରେ ଅକ୍ସିଜେନ ବ୍ୟାଙ୍କ ଉଦ୍‌ଘାଟନ କଲେ ସାଂସଦ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ସରକାରଙ୍କ ତରଫରୁ ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାରର ସୁବିଧାମାନେ କରାଯାଉଥିବା ବେଳେ ଜାଗା ଜାଗାରେ କୋଭିଡ କେୟାର ସେଣ୍ଟର ଏବଂ କୋଭିଡ ହସ୍ପିଟାଲ ମାନେ କରାଯାଇଅଛି । କିନ୍ତୁ କୋଭିଡ ଆକ୍ରାନ୍ତମାନଙ୍କ ତଥା ଜନସାଧାରଣ ଏହି ବ୍ୟବସ୍ଥାମାନଙ୍କ ‌ଜରୁରୀ ସତ୍ୱେ ମଧ୍ୟ ସଂଖ୍ୟାଧିକ ରୋଗୀଙ୍କ ଯୋଗୁଁ ବେଡ ତଥା ଅକ୍ସିଜେନ ଆଦି ପାଇଁ ହଇରାଣ ହେଉଛନ୍ତି । ଅନ୍ୟ ପଟେ ଦିନକୁ ଦିନ ବଢୁଥିବା ଲକଡାଉନ ଯୋଗୁଁ ଲୋକଙ୍କର ଜୀବନ ଶୈଳୀ ମଧ୍ୟ ବହୁ ମାତ୍ରାରେ ବାଧା ପ୍ରାପ୍ତ ହେଉଥିବାରୁ ଘରୋଇ ଭାବରେ ଅକ୍ସିଜେନ ଆଦି ପାଇଁ ସକ୍ଷମ ହୋଇ ପାରୁ ନାହାନ୍ତି । ଏଣୁ ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ତରଫରୁ ଜନସାଧାରଣଙ୍କ ସୁବିଧା ପାଇଁ ଯଥା ସମ୍ଭବ ପ୍ରୟାସ କରାଯାଉଥିବା ବେଳେ ଆଜି ପଦ୍ମପୁର ମାରୱାଡି ଯୁବାମଂଚ ଏବଂ ପଦ୍ମପୁର ବଣିକ ସଂଘ ତରଫରୁ ଏକ ଅକ୍ସିଜେନ ବ୍ୟାଙ୍କ ଆରମ୍ଭ କରାଯାଇଛି । ବରଗଡ ସାଂସଦ ସୁରେଶ ପୁଝାରୀ ଏହି ବ୍ୟାଙ୍କର ଶୁଭ ଉଦ୍ଦଘାଟନ କରିଛନ୍ତି । ବରଗଡ଼ ସାଂସଦ ଶ୍ରୀ ପୂଜାରୀ ତାଙ୍କ ତରଫରୁ ୧୫ ଟି ଅକ୍ସିଜେନ୍ ସିଲିଣ୍ଡର ଦାନ କରିଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ପଦ୍ମପୁର ଅଞ୍ଚଳବାସୀ କେମିତି ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ତା ଉପରେ ସେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା, ବଣିକ ସଂଘ ସଭାପତି ପ୍ରତାପ ମିଶ୍ର, ରମେଶ ଅଗ୍ରୱାଲ, ବିଜୟ ଅଗ୍ରୱାଲ, ଶ୍ରୀକାନ୍ତ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମକୁ ପଦ୍ମପୁର ବିଜେପି ନଗର ସଭାପତି ସୁନିଲ୍ ଅଗ୍ରୱାଲ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ ମିଶ୍ର, ନାରାୟଣ ପୁରୋହିତ, ପ୍ରମୋଦ ମେହେର, ସୁବାଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.