oom

ବିଧାୟକଙ୍କ ଦ୍ଵାରା ନୂତନ ଓଭର୍‌ହେଡ୍‌ ଟେଙ୍କ୍‌ର ଭୂମି ପୂଜନ ଓ ଲୋକଙ୍କ ସମସ୍ୟା ଦୂର କରିବାକୁ ପ୍ରତିଜ୍ଞା

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମ ଠାରେ ନୂତନ ଓଭର୍‌ହେଡ୍‌ ଟେଙ୍କ ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ସରୋଜ କୁମାର ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ଭୂମି ପୂଜନ କରିଥିଲେ । କେନ୍ଦୁମୁଣ୍ଡି ଗ୍ରାମରେ ଲୋକ ସଂଖ୍ୟା ଅନୁପାତରେ ପାନୀୟ ଜଳ ସମସ୍ୟା ଦୀର୍ଘ ଦିନ ହେବ ଲାଗି ରହିଥିବା ବେଳେ ପାନୀୟ ଜଳ ସମସ୍ୟାକୁ ଦୂର କରିବାକୁ ଆଜି କେନ୍ଦୂମୁଣ୍ଡିରେ ଓଭର୍‌ହେଡ୍‌ ଟେଙ୍କ୍‌ ନିର୍ମାଣ ପାଇଁ ଭୂମି ପୂଜନ କରାଯାଇଥିବାରୁ ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଗ୍ରାମରେ ରହିଥିବା ଲୋକଙ୍କ ବିଭିନ୍ନ ସମସ୍ୟାକୁ ଧିରେଧିରେ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ଯିବ ବୋଲି ବିଧାୟକ ଶ୍ରୀ ମେହେର ପ୍ରତିଶ୍ରୁତି ଦେଇଛନ୍ତି । ଏହି ଭୂମି ପୂଜନ ଉତ୍ସବରେ ଦଳୀୟ କର୍ମୀମାନଙ୍କ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.