om academy

ଆସନ୍ତା ମାସ ଜୁନ୍‌ ୧ତାରିିଖରୁ ଆରମ୍ଭ ହେବ ଅନ୍‌ଲାଇନ୍‌ କ୍ଲାସ୍‌

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । କିନ୍ତୁ ଆସିବେ ନାହିଁ ଛାତ୍ରଛାତ୍ରୀ, ଅନଲାଇନ କ୍ଲାସ ନେବେ ଅଧ୍ୟାପକ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଆସନ୍ତା ଜୁନ୍‌ ମାସ ୧ ତରିଖରରେ
ଗ୍ରୀଷ୍ମ ଛୁଟି ଶେଷ ହେବାକୁ ଯାଉଥିବା ବେଳେ ରାଜ୍ୟରେ କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅନଲାଇନ୍ କ୍ଲାସ୍ ଜୁନ୍ ୧ରୁ ଆରମ୍ଭ ହେବ । ସରକାରୀ ସୂତ୍ରରୁ ପ୍ରକାଶ ଯେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜଗୁଡ଼ିକ ଜୁନ୍ ୧ରୁ ଅନଲାଇନ୍ କ୍ଲାସ୍ ଆରମ୍ଭ କରିବେ । କ୍ଲାସ ରୁମର ବ୍ୟବସ୍ଥା ହୋଇ ନଥିବାରୁ ଅନଲାଇନ କ୍ଲାସ ହେବ । ଏହା ବ୍ୟତୀତ ହଷ୍ଟେଲଗୁଡିକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ବନ୍ଦ ରହିବ । ୟୁଜିସିର ନିଷ୍ପତ୍ତି ପରେ ଖୁବ ଶୀଘ୍ର ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା କାର୍ୟ୍ୟସୂଚୀ ବିଷୟରେ ଅବଗତ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି ।

Leave A Reply

Your email address will not be published.