କ୍ଲଷ୍ଟର୍ (ଦ୍ଵିତୀୟ )ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଓମଭେଲି ବିଦ୍ୟାଳୟର ସଫଳତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପରିବର୍ତ୍ତିତ ଜଳବାୟୁ, ଖାଦ୍ୟାଭ୍ୟାସ ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ଶାରୀରିକ ଅସୁସ୍ଥତା ଦେଖାଯାଉଛି । ଏଣୁ ସୁଷମ ଖାଦ୍ୟ ସହିତ ଉପଯୁକ୍ତ ଶାରୀରିକ ବ୍ୟାୟାମ ଅନିବାର୍ଯ୍ୟ ହୋଇପଡିଛି । ମାନସିକ ସ୍ଥିରତା, ଶାରୀରିକ ସୌଷ୍ଠବ ଏବଂ ନୀରୋଗ ଶରୀର ନିମନ୍ତେ ଶାରୀରିକ ବ୍ୟାୟାମ ଆବଶ୍ୟକ । ଅସ୍ଥିର ସବଳତା, ଉପଯୁକ୍ତ ରକ୍ତ ସଞ୍ଚାଳନ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଏ ଦିଗରେ ଶାରୀରିକ ବ୍ୟାୟାମ ସାହାଯ୍ୟ କରିଥାଏ । ମାଂସପେଶୀୟ ଦୃଢ଼ତା, ମାନସିକ ଏକାଗ୍ରତା, ଶାରୀରିକ ଓଜନ ସନ୍ତୁଳନ ଆଦି ଦିଗରେ ବ୍ୟାୟାମ ସହାୟତା କରିଥାଏ । ଏହା ହୃତଘାତ, କର୍କଟ, ରକ୍ତଚାପ ପରି ରୋଗରୁ ଶରୀରକୁ ରକ୍ଷା କରେ । ସୁନିଦ୍ରା ଏବଂ ପଠନ ସ୍ଥିରତା ପାଇଁ ଏହା ସାହାଯ୍ୟ କରିଥାଏ । ଏଣୁ ଉପଯୁକ୍ତ ବ୍ୟାୟାମ ଏକାନ୍ତ ଆବଶ୍ୟକ । ଶିକ୍ଷାର୍ଥୀ ଜୀବନରେ ଖେଳକୁଦ ଅତ୍ୟାବଶ୍ୟକ । ସ୍ଫୁର୍ତ୍ତି ଓ ସକ୍ରିୟ ରହିବା ନିମନ୍ତେ ଶିକ୍ଷାର୍ଥୀଙ୍କୁ ଶାରୀରିକ ବ୍ୟାୟାମ ଅନିବାର୍ଯ୍ୟ । କ୍ରୀଡାର ଉତ୍ତମ ଭିତ୍ତିଭୂମି ସହିତ ଓମଭେଲି ବିଦ୍ୟାଳୟ ସର୍ବଦା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦେଇଆସିଛି । ଏହି କ୍ରମରେ ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମଭେଲି ବିଦ୍ୟାଳୟର ୧୦ ଜଣ ଛାତ୍ର କ୍ଲଷ୍ଟର୍(ଦ୍ଵିତୀୟ )ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ଅର୍ଜନ କରିଛନ୍ତି । କିଟ୍ ଆନ୍ତର୍ଜାତିକ ବିଦ୍ୟାଳୟ, ଭୁବନେଶ୍ୱରରେ ଆୟୋଜିତ (ତା :୯/୯/୨୦୨୪ ରୁ ତା :୧୧/୯/୨୦୨୪ପର୍ଯ୍ୟନ୍ତ) ତ୍ରିଦିବସୀୟ ପ୍ରତିଯୋଗିତାରେ ଓମଭେଲି ବିଦ୍ୟାଳୟର ଛାତ୍ରମାନେ ବିଭିନ୍ନ ବର୍ଗରେ ସଫଳତା ଅର୍ଜନ କରିଛନ୍ତି । ପୂର୍ବ ଜୋନ ଅନ୍ତର୍ଗତ ସମସ୍ତ ସି.ବି.ଏସ୍.ଇ ବିଦ୍ୟାଳୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଏହିକ୍ରମରେ ବିଦ୍ୟାଳୟକୁ ଗର୍ବିତ କରିଛନ୍ତି ଧନଞ୍ଜୟ ଗହୀର । ୧୭ ବର୍ଷରୁ କମ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ ଲଳିତ ମୋହନ ବେହେରା, ବିଜୟ ବଗର୍ତ୍ତି, ନମନ ପୋଢ, ସୌମ୍ୟ ରଞ୍ଜନ ଭାଟି, ଶ୍ରେୟସ ସମାଦ୍ଦାର, ଦୀପକ ମାଝୀ, ଲୋକେଶ ମୁଗ୍ରୀ, ସ୍ଵୟମ ସ୍ଵରୂପ ଗରିଆ, କିସମତ ବେହେରା । ଏହି କୃତୀ ଛାତ୍ରମାନଙ୍କ ମଧ୍ୟରୁ କିଛି ଛାତ୍ର ଜାତିୟସ୍ତରର ଖେଳ ପାଇଁ ଚୟନ ହୋଇଥିବା ବିଦ୍ୟାଳୟ ପକ୍ଷରୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.