ଟିଟିଲାଗଡ଼ ଓମ ଭ୍ୟାଲି ଜୁନିଅର ୱିଙ୍ଗସରେ ଜୁନିଅର ଟେଲେଣ୍ଟ ଫେଷ୍ଟ ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସର୍ଗିଗୁଡ଼ା ସ୍ଥିତ ଓମ ଭ୍ୟାଲି ଜୁନିଅର ଶାଖା ପରିସରରେ ରବିବାର ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଆନ୍ତଃ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଶୁଭାରମ୍ଭ ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଉପ ଜିଲ୍ଲାପାଳ ରିହାନ୍ କ୍ଷେତ୍ରୀ, ସ୍କୁଲର ପ୍ରତିଷ୍ଠାତା ଲାୟନ ଦୀପକ ସାହୁ, ମୁଖ୍ୟ ଉପଦେଷ୍ଟା ଡ଼ଃ.ରବୀନ ଚନ୍ଦ୍ର ପରମାଣିକ, ବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପ୍ରସାଦ ମିଶ୍ର, ମେନେଜମେଣ୍ଟ ସଦସ୍ୟ ରାକେଶ ଜୈନ, ପ୍ରିୟଙ୍କା ଜୈନ, ସହ ସଂଯୋଜିକା ନିଶି ବେରି ଦୀପ ପ୍ରଜ୍ୱଳନ କରିଥିଲେ । ଗଣେଶ ବନ୍ଦନା ଓ ଅନୁଷ୍ଠାନର ଛାତ୍ରୀମାନେ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରି କାର୍ଯ୍ୟକ୍ରମଟିକୁ ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଉପ ଜିଲ୍ଲାପାଳ ରିହାନ କ୍ଷେତ୍ରୀ ପାଠପଢ଼ା ସହିତ ଛାତ୍ରଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କର ଅଭିଭାଷଣ ମାଧ୍ୟମରେ ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏଥିରେ ଓଡ଼ିଆ ଭାଷାରେ ବକ୍ତୃତା, ଇଂରାଜୀ ଭାଷାରେ ବକ୍ତୃତା, ଚିତ୍ରାଙ୍କନ ପ୍ରତିଯୋଗିତା, ସଙ୍ଗୀତ ପ୍ରତିଯୋଗିତା, ପ୍ରାରମ୍ଭିକ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଆତ୍ମ ପରିଚୟ ପ୍ରତିଯୋଗିତା, କବିତା ପ୍ରତିଯୋଗିତା, ରଙ୍ଗ ତୂଳୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭିକ ଶ୍ରେଣୀର କବିତା ପ୍ରତିଯୋଗିତାରେ ବିଚାରକ ଭାବେ ଡଃ. ଚଞ୍ଚଲ କେଜ୍ରିୱାଲ, ଆତ୍ମପରିଚୟ ପ୍ରତିଯୋଗିତାର ବିଚାରକ ଭାବେ ପ୍ରିୟଙ୍କା ଜୈନ, ସ୍ମୃତି ଅଗ୍ରୱାଲ, ସଙ୍ଗୀତ ପ୍ରତିଯୋଗିତାର ବିଚାରକ ଭାବେ ବିଶିଷ୍ଟ ସଙ୍ଗୀତ ଗାୟକ ପଙ୍କଜ ଜାଲ, ବିଶିଷ୍ଟ ସଙ୍ଗୀତ ଗାୟିକା ମାନସୀ ଜାଲ, ଇଂରୀଜୀ ବକ୍ତୃତା ପ୍ରତିଯୋଗିତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ବିଚାରକ ଭାବେ ଶ୍ଵେତ ବିଭାର, ପ୍ରଦୀପ କୁମାର ମିଶ୍ର, ଡଃ. ସୀତାରାମ ପାଣିଗ୍ରାହୀ ମହୋଦୟ, ରମେଶ ପରିଡ଼ା ମହୋଦୟ , ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ବିଚାରକ ଭାବେ ଲକ୍ଷ୍ମୀକାନ୍ତ ମହାପାତ୍ର ମହୋଦୟ, ଦୀପକ କୁମାର ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ସମେତ ଅଭିଭାବକ, ଅଭିଭାବିକା ଓ ଅନ୍ୟ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କ ପାଇଁ ଜଳପାନ ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଏହାପରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ନବୀନ କୁମାର ଜୈନ, ସ୍କୁଲ ଉପସଭାପତି ଶ୍ରୀମତୀ ସଙ୍ଗୀତା ସାହୁ, ବିଶିଷ୍ଟ ସମାଜସେବୀ ରିଙ୍କୁ ଅଗ୍ରୱାଲ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ସଭାପତି ଲାୟନ ଦୀପକ ସାହୁ, ବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପ୍ରସାଦ ମିଶ୍ର, ମୁଖ୍ୟ ଉପଦେଷ୍ଟା ଡଃ. ରବୀନ ଚନ୍ଦ୍ର ପରମାଣିକ,ଏଚ୍ ଆର୍ ଶାଶ୍ଵତୀକା ଯୋଷୀ, ସହ ସଂଯୋଜିକା ନିଶି ବେରୀଙ୍କ ତତ୍ତ୍ଵାବଧାନ କ୍ରମେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା ।

Leave A Reply

Your email address will not be published.