om academy

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍‌ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଖଲାସୀ

jsm

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ସକାଳେ ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ କରଡାକୋଠା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ ମାଲବାହୀ ଟ୍ରକ ରାସ୍ତାରେ ଓଲଟି ପଡିଥିଲା । ହେଲେ ସୌଭାଗ୍ୟ ବଶତଃ ଟ୍ରକର ଡ୍ରାଇଭର ଓ ଖଲାସୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଜି.ଜେ. ୦୯ ଏ.ୟୁ ୩୨୩୭ ଥିବା ଏକ ମାଲବାହୀ ଟ୍ରକ ଦଶପଲ୍ଲା ପଟୁ ବୌଦ୍ଧ ଆଡକୁ ଆସୁଥିବା ବେଳେ କରଡାକୋଠା ବୁଲାଣି ନିକଟରେ ହଠାତ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା । ପରେ ଖବର ପାଇ ପୁରୁଣାକଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.