om academy

ଭାରସାମ୍ୟ ହରାଇ ଓଲଟିଲା ମା ତାରିଣୀ ମିନି ବସ୍‌ : ଜଣେ ମୃତ, ୬ ଗୁରୁତର

jsm

ରାଉରକେଲା, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ମା ତାରିଣୀ ମିନି ବସ୍‌ ଓଲଟିଲା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ ହୋଇଥିବା ବେଳେ ଗୁରୁତର ହୋଇଥିବା ଅନ୍ୟ ୬ ଜଣଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ବୋଲି ଖବର ମିଳିଛି । ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୭ଟା ସମୟରେ ମା ତାରୀଣୀ ମିନି ବସ୍‌ ୧୫ ଜଣ ଯାତ୍ରୀକୁ ନେଇ ଲାଠିକଟାରୁ ରାଉରକେଲାକୁ ଆସୁଥିଲା । ହେଲେ ୧୪୩ ନଂ ଜାତୀୟ ରାଜପଥ ବାଲୁଘାଟ ଏନଏଚ ଡାକବଙ୍ଗଳା ପାଖରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଡିଭାଇଡର୍‌କୁ ପିଟି ରାସ୍ତାରେ ଓଲଟି ପଡିଥିଲା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ ହୋଇ ଯାଇଥିବା ବେଳେ ୬ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ପହଂଚି ଉଦ୍ଧାର କରି ଆହତ ହୋଇଥିବା ଯାତ୍ରୀ ମାନଙ୍କୁ ରାଉରକେଲା ଡାକ୍ତରଖାନାକୁ ନେଇ ଭର୍ତ୍ତି କରାଇଥିଲେ । ଘଟଣା ସ୍ଥଳରେ ପୋଲିସ୍‌ ପହଂଚି ଦୁର୍ଘଟଣା ହୋଇଥିବା ବସଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.