ଓଲଟିଲା ଚୂନ ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର୍‌

ବାସୁଦେବପୁର : ଓଲଟିଲା ଚୂନ ବୋଝେଇ ଟ୍ରକ୍‌ । ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର କୋଷ୍ଟ କେନାଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ ଧାମରା ରାସ୍ତାର କୋଷ୍ଟ କେନାଲ ନିକଟରେ ଏକ ଚୂନ ବୋଝେଇ ଟ୍ରକ୍‌ ଓଲଟି ପଡିଛି । ଏହି ଦୁର୍ଘଟଣାରେ ଅଳ୍ପକେ ହେଲ୍‌ପର୍‌ ବଞ୍ଚି ଯାଇଥିବା ବେଳେ ଟ୍ରକ୍‌ ତଳେ ଚାପି ହୋଇ ରହି ଯାଇଥିଲେ ଗାଡିର ଡ୍ରାଇଭର । ଦମକଳ ବାହିନୀ ଏବଂ ଚୂଡ଼ାମଣି ପୋଲିସର ଦେଢ଼ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ଡ୍ରାଇଭର ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ତାଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ରବିବାର ସକାଳେ ବାସୁଦେବପୁର ଆଡୁ ଧାମରା ଅଭିମୁଖେ ଯାଉଥିବା ଚୂନ ବୋଝେଇ ଟ୍ରକ୍‌ ଅନ୍ୟ ଏକ ଟ୍ରକ୍‌କୁ ସାଇଡ୍ ଦେଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

Leave A Reply

Your email address will not be published.