
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓକିଲ ସଂଘର ବରିଷ୍ଠ ସଦସ୍ୟ ତଥା ସହରର ଜଣାଶୁଣା ଆଇନଜୀବୀ ବୃନ୍ଦାବନ ଚନ୍ଦ୍ର ରଥଙ୍କ ୬୯ ବର୍ଷ ବୟସରେ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ଏହି ଦୁଃଖଦ ଖବର ଆସିଲା ପରେ ରାଉରକେଲା ଓକିଲ ସଂଘ ପକ୍ଷରୁ ଏକ ଶୋକସଭା ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ୧୯୭୯ ମସିହାରେ ସ୍ଵର୍ଗତ ରଥ ଆଇନଜୀବୀ ପେସାରେ ଯୋଗଦେଇ ରାଉରକେଲା ଓକିଲ ସଂଘର ସଦସ୍ୟ ହୋଇଥିଲେ । ଉଭୟ ଫୌଜଦାରୀ ଓ ଦେୱାନୀ ମକଦ୍ଦମା ଗୁଡିକୁ ପରିଚାଳନା କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେ ଅତ୍ୟନ୍ତ ମେଳାପି, ମିଷ୍ଟଭାଷୀ ଓ ବନ୍ଧୁବତ୍ସଳ ଥିଲେ । ତାଙ୍କର ଅକାଳ ବିୟୋଗ ରାଉରକେଲା ଓକିଲ ସଂଘ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରଦ୍ଧାଞ୍ଜଳୀ ସଭାରେ ସଭାପତିତ୍ୱ କରି ସଭାପତି ସଦାନନ୍ଦ ସାହୁ ମତପ୍ରକାଶ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ରାଜ କିଶୋର ପ୍ରଧାନ, ସଂପାଦକ ଦେବାନନ୍ଦ ତନ୍ତୀ, କୋଷାଧ୍ୟକ୍ଷ ଉପେନ୍ଦ୍ର ଶତପଥୀ, କାର୍ଯ୍ୟକାରୀ କମିଟି ସଦସ୍ୟ ସୁମିତା ନନ୍ଦ, ବରିଷ୍ଠ ସଦସ୍ୟ ଚତୁର୍ଭୁଜ ନାଏକ, ବିସ୍ମୟ ଦାସ, ବିଜୟ ପଟ୍ଟନାୟକ, ମହମ୍ମଦ ରଫିକ୍,ଭୀମ ପତି, ୟାଇ ନବୀ, ଦଣ୍ଡପାଣି ଚୌଧୁରୀ, ସୁରେଶ ମାଝୀ, ବସନ୍ତ ପାତ୍ର, ଆର୍ କେ ମିଶ୍ର, କୈଳାସ ପ୍ରଧାନ,ସମୀର କର, ଅଶୋକ ପ୍ରଧାନ, ଅକ୍ଷୟ ପ୍ରଧାନ, ପ୍ରଶାନ୍ତ ମହାରଣା, ଅନୂସୟା ପଣ୍ଡା, ଅକ୍ଷୟ ସାହୁ, ପଙ୍କଜ ଦାସ, କୈଳାସ ସାବତ, ନୟନ ଦାସ, ସନ୍ତୋଷ ଭଦ୍ର, ହାଡିବନ୍ଧୁ ପରିଡ଼ା, ସୁଷମା ସାହୁ, ପ୍ରଶାନ୍ତ ସେନାପତି, ସରୋଜ ମହାପାତ୍ର, ମନୋଜ ପଟ୍ଟନାୟକ, ଅବନୀ ପ୍ରଧାନ, ଲାଲ୍ ବାହାଦୁର ଶତପଥୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କର ସ୍ମୃତିରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ସ୍ଵର୍ଗତ ରଥଙ୍କ ମର ଶରୀର ରାଉରକେଲା ଓକିଲ ସଂଘ କାର୍ଯ୍ୟାଳୟକୁ ଅଣାଯିବା ପରେ ସଂଘର ବହୁ ସଦସ୍ୟ ତାଙ୍କର ଶେଷ ସମ୍ମାନ ଜଣାଇଥିଲେ । ବେଦବ୍ୟାସ ଘାଟରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।