oom

ଭାଜପା ତରଫରୁ ଗୁଡେଶିରା ପଞ୍ଚାୟତ ଅଫିସକୁ ଘେରାଉ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ତରଫରୁ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ବରଗଡ ଜିଲ୍ଲାର ସମ୍ପାଦକ ଘନଶ୍ୟାମ ସାହୁଙ୍କ ନେତୃତ୍ୱରେ ଗୁଡେଶିରା ପଞ୍ଚାୟତ ଅଫିସକୁ ବରଗଡ ବ୍ଳକ ସାଂସଦ ପ୍ରତିନିଧି ଅବନିକାନ୍ତ ପଣ୍ଡା, ଜିଲ୍ଲା ଯୁବମୋର୍ଚା ସଭାପତି ଅମିତ କୁମାର ପଣ୍ଡା, ଜିଲ୍ଲା ଯୁବମୋର୍ଚା ସାଧାରଣ ସମ୍ପାଦକ ପରକ୍ଷିତ ଛତରଙ୍କ ଉପସ୍ଥିତିରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉ କରି ଇଓ ଓ ସରପଞ୍ଚଙ୍କ ସହ ପଞ୍ଚାୟତର ଅନେକ ସମସ୍ୟା ବିଷୟରେ ଆଲୋଚନା କରାଗଲା । ଏହି ଘେରାଉ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଅଶ୍ୱିନୀ ଦାସ, ଟଙ୍କଧର ରଣା, ପୌଲାଷ୍ଟିୟ ବଗର୍ତ୍ତି, ଧନମାଳି ଭୋଇ, ମଧୁସୂଦନ ଭୋଇ, ବୃନ୍ଦାବନ ବାରିକ ଓ ଅନେକ କର୍ମୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.