‘ଓଡିଶୀ ଜ୍ୱେଲେରୀ ୱାର୍ଲଡ’ର ତୃତୀୟ ଶାଖା ବଲାଙ୍ଗିରରେ ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ଜଣାଶୁଣା ଗହଣା ସୋରୁମ ‘ଓଡିଶୀ ଜ୍ୱେଲେରୀ ୱାର୍ଲଡ’ର ତୃତୀୟ ଶାଖା ବଲାଙ୍ଗିର ଜଗନ୍ନାଥ ପଡାଠାରେ ଶୁଭାରମ୍ଭ ହୋଇଯାଇଛି । ଏହାର ଉଦ୍‌ଘାଟନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକବଦ୍ଧନ ସିଂଦେଓ, ପୂର୍ବତନ ମନ୍ତ୍ରୀ ନସରିଂହ ମିଶ୍ର, ପୌରାଧ୍ୟକ୍ଷା ଲିକା ସାହୁ ପ୍ରମୁଖ ଯୋଗଦାନ କରି ଫିତା କାଟି ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋରୁମ ମୁଖ୍ୟ ସୁଶୀଲ କୁମାର ସ୍ୱରଗୀ, ସୋସିଆଲ ମିଡିଆ ସେନସେସନ ରୋଶନ ଭରଦ୍ୱାଜ, ମୁନିଆ ପାଣିଗ୍ରାହୀ ଏବଂ ଅର୍ଚ୍ଚନା ପାଢ଼ୀ, ଶୈ ସ୍ୱରଗୀ, ନଭିନୀତ ସ୍ୱରଗୀ, ବିନୟ କୁମାର ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯେ, ପୂର୍ବରୁ ଝାରସୁଗୁଡା ଏବଂ ସୁନ୍ଦରଗଡ଼ଠାରେ ଉକ୍ତୃଷ୍ଟମାନର ସୁନା ଗହଣା, ଉତ୍ତମ ଗ୍ରାହକ ସେବା ସହ ନିଜର ବ୍ୟବସାୟିକ ପାରଦର୍ଶିତା ପାଇଁ ନିଜର ସ୍ୱତନ୍ତ୍ର ପରିଚୟ କରିସାରିଛି । ଯାହାପରେ ବଲାଙ୍ଗିର ଠାରେ ଓଡିଶୀ ଜ୍ୱେଲେରୀ ନିଜର ଭେରାଇଟି ଏବଂ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଗହଣା ପାଇଁ ଗ୍ରାହକଙ୍କ ମଧ୍ୟ ପସନ୍ଦ ହୋଇପାରିଛି । ଏହି ସୋରୁମରେ ଶହ ପ୍ରତିଶତ ଏଚୟୁଆଡି ୯୧୬ ହଲମାର୍କ ସୁନା ଅଳଙ୍କାର ସହ ଆଇଜିଆଇ ପ୍ରମାଣୀକୃତ ହୀରା ଅଳଙ୍କାର ସହିତ ବିଭିନ୍ନ ଭେରାଇଟିର ରୂପା ଅଳଙ୍କାର ଏବଂ କର୍ପୋରେଟ ଗିଫ୍ଟର ଅତ୍ୟାଧୁନିକ କଲେକ୍‌ସନ ଉପଲବ୍ଧ ଅଛି ।

Leave A Reply

Your email address will not be published.