oom

ବଙ୍ଗୋମୁଣ୍ଡା ଚମାର ମେହେର ହାଇସ୍କୁଲରେ ବ୍ଲକସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଚମାର ମେହେର ହାଇସ୍କୁଲ ଠାରେ ବ୍ଲକସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବାଗ୍‌ଦେବୀ ସରସ୍ୱତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ମେଳାରେ ବଙ୍ଗୋମୁଣ୍ଡା ବିଇଓ ବୈକୁଣ୍ଠନାଥ ଶବରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘର ସଭାପତି ତଥା ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ କୁମାର ଯୋଶୀ, ସମ୍ମାନିତ ଅତିଥି ଭାବେ ଏବିଇଓ ଅରୁଣ ଯୋଶୀ, ଏବିଇଓ ଚୈତନ୍ୟ ଧରୁଆ, ଏବିଇଓ ସୋମନାଥ ମଙ୍ଗରାଜ, ଚମାର ମେହେର ହାଇସ୍କୁଲର ପ୍ରଧାନ ଶିକ୍ଷକ ପଙ୍କଜ ମେହେର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ବଙ୍ଗୋମୁଣ୍ଡା ସିଆର୍‌ସିସି ଜିତାମିତ୍ର ବିଶି ସଂଯୋଜନା କରିଥିଲେ । ନିପୁଣ ଓଡିଶା ମେଳା ବା ମୌଳିକ ସାକ୍ଷାରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତାଙ୍କୁ ପ୍ରକଳ୍ପକୁ ଉପସ୍ଥାପନ କରିଥିଲେ । କୃତି ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି । ଏଥିରେ ସମସ୍ତ ସିଆର୍‌ସିସି, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.