ଆସନ୍ତାକାଲି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତାକାଲି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆସନ୍ତାକାଲି ସଂଧ୍ୟା ୬ଟାରେ ପହଞ୍ଚିବା ପରେ ରାଜଭବନରେ ରାତ୍ରୀ ଯାପନ କରି ପରଦିନ ଅର୍ଥାତ୍ ୨୧ ତାରିଖ ସକାଳେ ରାଉରକେଲା ଗସ୍ତ କରିବେ । ସକାଳ ୧୧ଟାରେ ରାଉରକେଲା ଏନ୍ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଅପରାହ୍ଣ ୧୨ଟା ବେଳେ ରାଉରକେଲା ଏନଆଇଟି ଛାଡ଼ି ଆଇଜିଏଚର ସୁପର ସ୍ପେଶାଲିଟି ହସ୍ପିଟାଲକୁ ବି ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି । ତାପରେ ରାଷ୍ଟ୍ରପତି ସନ୍ଧ୍ୟା ୬.୧୦ରେ ଭୁବନେଶ୍ୱର ଆସି ରାଜଭବନରେ ରହିବେ । ୨୨ ତାରିଖ ସକାଳ ୧୧ଟାରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବେ ଓ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ ଏବଂ କୋଣାର୍କ ଯିବେ । ସେଠାରେ ବିଶ୍ରାମ ନେଇ ଅପରାହ୍ଣ ୪.୧୫ରେ ରାଷ୍ଟ୍ରପତି କୋଣାର୍କ ସୂର୍ୟ୍ୟ ମନ୍ଦିର ଦର୍ଶନ କରିବେ । ଏହା ପରେ ଅପରାହ୍ଣ ୫ଟା ବେଳେ ରାଷ୍ଟ୍ରପତି କୋଣାର୍କରୁ ଭୁବନେଶ୍ୱର ଫେରିଆସିବେ ।

Leave A Reply

Your email address will not be published.