oom

ଓଡ଼ିଆ ଗଣମାଧ୍ୟମ ଯୁଗ ଆରମ୍ଭ ହେବାରେ ଗଞ୍ଜାମ ମାଟିର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ – ବାଚସ୍ପତି ସୁରମା ପାଢୀ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଆ ଗଣମାଧ୍ୟମ ଯୁଗ ଆରମ୍ଭ ହେବାରେ ଗଞ୍ଜାମ ମାଟିର ଭୂମିକା ରହିଥିଲା ଗୁରୁତ୍ୱପୂର୍ଣ୍ଣ । ଯାହାକି, ବ୍ରହ୍ମପୁର ସହରରୁ ଓଡ଼ିଶାର ସର୍ବପ୍ରଥମେ ପ୍ରକାଶ ପାଇଥିବା “ଦୈନିକ ଆଶା” ଓଡିଶାର ଗର୍ବ ଓ ଗୌରବର ବାର୍ତ୍ତା ବହନ କରିଆସୁଥିଲା । ଦୈନିକ ଆଶା ଖବରକାଗଜରେ ଅନେକ ଲେଖା ସମାଜରେ ଅନେକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥିଲା । ଯାହାକି ଓଡ଼ିଆ ଗଣମାଧ୍ୟମ ଯୁଗ ଆରମ୍ଭ ହେବାରେ ଗଞ୍ଜାମ ମାଟିର ଭୂମିକା ରହିଥିଲା ଗୁରୁତ୍ୱପୂର୍ଣ୍ଣ । ଛତ୍ରପୁର ପ୍ରେସ କ୍ଲବର ବାର୍ଷିକ ଉତ୍ସବରେ ଉଦ୍‌ଘାଟକ ଭାବରେ ଯୋଗ ଦେଇ ନିଜର ବକ୍ତବ୍ୟରେ କହିଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ଶିକ୍ଷାନୁଷ୍ଠାନ ଖେଳପଡିଆ ପରିସରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଖଣି ଇସ୍ପାତ ତଥା ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ସାମ୍ବାଦିକତା କରୁଥିବା ବ୍ୟକ୍ତିବିଶେଷ ମାନେ ସର୍ବଦା ସମାଜରେ ସ୍ୱତନ୍ତ୍ର ଭାବରେ ନିଜର ବ୍ୟକ୍ତିତ୍ଵକୁ ରଖି ସ୍ପଷ୍ଟଭାସୀ ଓ ନିର୍ଭିକ ଭାବରେ ସମସ୍ତ କାର୍ଯ୍ୟରେ ଯୋଗଦାନ କରି ସର୍ବଦା ସମାଜର ହିତ ଉଦ୍ଦେଶ୍ୟରେ ଖବରକାଗଜ ପରିବେଷଣ କରିଥାନ୍ତି । ଏପରିକି ଆଗାମୀ ଦିନର ବାର୍ଷିକ ବିବରଣୀ ପାଠ ସମୟରେ ପ୍ରେସ କ୍ଲବ୍ ପକ୍ଷରୁ ଖବର ପରିବେଷଣ ମାଧ୍ୟମରେ ନିଜ ଅଞ୍ଚଳର ତଥା ଜିଲ୍ଲାର ଉନ୍ନତି ସାଧନ ହେବା ସହିତ କିଭଳି ପରିବର୍ତ୍ତନ କରିବାରେ ସହାୟକ ହୋଇପାରିଛି ତାହାକୁ ସ୍ଥାନୀତ କରିବାକୁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ସଭାପତି ରବିନ୍ଦ୍ରନାଥ ପଣ୍ଡା ପ୍ରାରମ୍ଭରେ ସ୍ୱାଗତ ଭାଷଣ ସହିତ ପ୍ରେସ କ୍ଲବ୍ସ ମ୍ପର୍କରେ ସପ୍ସକ୍ଷିପ୍ତ ବିବରଣୀ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଭାଜପା ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସୋସିଆଲ ମିଡ଼ିଆର ମୁଖପାତ୍ର ତଥା ବରିଷ୍ଠ ସାମ୍ବାଦିକ ଶ୍ରୀମତୀ ସୁଜତା ସାବତ, ଛତ୍ରପୁର ଏନ୍.ଏ.ସିର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଆନୁଷ୍ଠାନିକ ସଭା କାର୍ଯ୍ୟକ୍ରମ ପୂର୍ବରୁ ଛତ୍ରପୁର ନୃତ୍ୟ ଗୁରୁ ମହାସଂଘ ପକ୍ଷରୁ ବିଭିନ୍ନ ରଙ୍ଗାରଙ୍ଗ ଚିତ୍ତାକର୍ଷକ ନୃତ୍ୟ ସଙ୍ଗୀତ ପରିବେଷଣ ହୋଇଥିବା ବେଳେ ଦର୍ଶକଙ୍କୁ ପ୍ରଭାବିତ ଓ ଆକର୍ଷିତ କରିଥିଲା । ଶେଷରେ ଆନ୍ତଃ-ଜାତୀୟ ସମ୍ପନ୍ନ ଶାସ୍ତ୍ରୀୟ ନୃତ୍ୟ ଗୁରୁ ଅଳକା ସାହୁଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇ ଦର୍ଶକଙ୍କୁ ବେଶ୍ ମନ୍ତ୍ରମୁଗ୍ଧ କରିଦେଇଥିଲା । ଆନୁଷ୍ଠାନିକ ସଭା ମଞ୍ଚରେ ବିଧିବଦ୍ଧ କାର୍ଯ୍ୟକ୍ରମରେ ସମାଜସେବୀ ସମାପ୍ତି ପଟ୍ଟନାୟକ, ୟୁରୋକିଡ୍ସର ଡିନ୍ ସସ୍ମିତା ମହାପାତ୍ର, କାଉନସିଲ ତଥା ଯୁବ ସମାଜସେବୀ ଦେବାଶିଷ ମିଶ୍ର, ଶିକ୍ଷାବିତ ସୁଧିର ସାହୁଙ୍କ ସମେତ ମା’ ରାମଚଣ୍ଡୀ ମନ୍ଦିର କମିଟିର ଉପଦେଷ୍ଟା କମଳ କୁମାର ପଣ୍ଡାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ ବାର୍ଷିକ ବିବରଣୀ ପାଠ କରିବା ସହିତ ସରକାରଙ୍କ ପକ୍ଷରୁ ରାଜ୍ୟରେ ପ୍ରଦାନ କରାଯାଉଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମ୍ବାଦିକ ପରିବାରର ପିତା ଓ ମାତାଙ୍କୁ ସାମିଲ କରିବାକୁ ଦାବୀ କରିଥିବା ବେଳେ ପ୍ରେସ କ୍ଲବର ଉପସଭାପତି ସନ୍ତୋଷ କୁମାର ମିଶ୍ର ଶେଷରେ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ପ୍ରଦାନ କରିବା ସହିତ ସରକାରଙ୍କ ପକ୍ଷରୁ ଜିଲ୍ଲା ସ୍ତରରେ ସ୍ଵୀକୃତିପ୍ରାପ୍ତ ସାମ୍ବାଦିକ ମାନଙ୍କୁ ଚୟନ କରିବା ପ୍ରକ୍ରିୟା ଗଞ୍ଜାମ ଜିଲ୍ଲାରୁ ଆରମ୍ଭ କରିବା ସହିତ ଦେଶର ୧୪ ଗୋଟି ରାଜ୍ୟରେ ସାମ୍ବାଦିକ ମାନଙ୍କୁ ପେନସେନ ପ୍ରଦାନ କରାଯାଉଥିବା ବେଳେ ଆମ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ଦାବୀ କରାଯାଇଥିଲା । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ଝୋଟି ପ୍ରତିଯୋଗିତା, ବରିଷ୍ଠ ନାଗରିକଙ୍କ ଚାଲିବା ପ୍ରତିଯୋଗିତା ସହିତ ବିଦ୍ୟାର୍ଥୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଆଦି ବିଭିନ୍ନ ପ୍ରତିଯୋଗିତା ସଂଗଠିତ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ଆଜିର ଏହି ମହତପୂର୍ଣ୍ଣ ଦିବସରେ ମଞ୍ଚରେ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା, ଶ୍ରୀକାନ୍ତ ମହାନ୍ତି, କ୍ଷୀରୋଦ ଚନ୍ଦ୍ର ସାହୁ, ଯୁଗ୍ମ ସଂପାଦକ ଦେବବ୍ରତ ପଣ୍ଡା, କୋଷାଧ୍ୟକ୍ଷ କେ.ସତ୍ୟ ନାରାୟଣ ରେଡ୍ଡୀ, ସାମ୍ବାଦିକ ବିସ୍ମୟ ପ୍ରଧାନ, ଅଜିତ ସ୍ୱାଇଁ, ସୁଧୀର ନାୟକ, ରବିନ୍ଦ୍ର ନାହାକ, ବିରେନ ରାଉଳ, ବସନ୍ତ ମହାରଣା, ପ୍ରଶାନ୍ତ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ କରିଥିବା ବେଳେ ଛତ୍ରପୁର ପ୍ରେସ କ୍ଲବର ବହୁ ସଦସ୍ୟଙ୍କ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରେସ କ୍ଲବର ବରିଷ୍ଠ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧି ଓ ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.